ଓଡିଶା

odisha

ETV Bharat / city

10 ପ୍ରତିଶତ ବଢିଛି ସଡକ ଦୁର୍ଘଟଣା, ଏଣିକି ମୃତକ-ଆହତଙ୍କୁ ମିଳିବ ସହାୟତା

ରାଜ୍ୟରେ ଦୁର୍ଘଟଣାର ମାତ୍ରା ଦିନକୁ ଦିନ ବଢୁଥିବାବେଳେ ସୋମବାର ଏନେଇ ରୋଡ ସେଫ୍ଟି କାଉନସିଲର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଡକ ଦୁର୍ଘଟଣାକୁ କିପରି କମ କରାଯାଇପାରିବ ସେ ଦିଗରେ ଆଲୋଚନା କରାଯାଇଥିଲା । ଏଥିସହିତ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଏବଂ ଗୁରୁତରଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ।

By

Published : Jul 8, 2019, 9:48 PM IST

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଭୁବନେଶ୍ବର: ରାଜ୍ୟରେ ଦୁର୍ଘଟଣାର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି କିଛି ଲୋକଙ୍କ ପ୍ରାଣହାନି ଘଟିଥିବାବେଳେ ଅନେକ ଏଥିରେ ଆହତ ହୋଇଛନ୍ତି । ବେପରୁଆ ଗାଡି ଚାଳନ, ମଦ୍ୟପାନ ଓ ମୋବାଇଲ ଜନିତ କାରଣରୁ ଏହି ଦୁର୍ଘଟଣା ଘଟୁଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ସଡକ ଦୁର୍ଘଟଣା 10 ପ୍ରତିଶତ ବୃଦ୍ଧି ପାଇଛି । ସୋମବାର ରୋଡ ସେଫ୍ଟି କାଉନସିଲର ପ୍ରଥମ ବୈଠକରେ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ବୈଠକରେ ସଡକ ଦୁର୍ଘଟଣାକୁ କିପରି କମ କରାଯାଇପାରିବ ସେ ଦିଗରେ ଆଲୋଚନା କରାଯାଇଥିଲା । ଏଥିପାଇଁ ଏନଫୋର୍ସମେଣ୍ଟ ଉପରେ ଅଧିକ ଗୁରୁତ୍ବ ଦିଆଯିବା ସହ ଇ-ଚାଲାଣକୁ ପ୍ରତ୍ୟେକ ଦିନ ମନିଟରିଂ କରାଯିବ । ଏଥିସହିତ ବ୍ଲାକସ୍ପଟ୍ ଚିହ୍ନଟ କରାଯାଇ ସେହି ସ୍ଥାନ ଗୁଡିକରେ ପୋଲିସ ମୁତୟନ କରାଯିବ । ସେହିପରି ହିଟ୍ ଆଣ୍ଡ ରନରେ ମୃତ୍ୟୁ ହୋଇଥିବା ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଦିଆଯିବ ସହ ଗୁରୁତରଙ୍କୁ ୫୦ ହଜାର ଟଙ୍କା ସହାୟତା ମିଳିବ । ଏହିକ୍ରମରେ ସଡକ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ପୀଡିତଙ୍କୁ ଆଜି ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ 2016 ମସିହାରେ 10 ହଜାର 532ଟି ସଡକ ଦୁର୍ଘଟଣା ଘଟିଥିବାବେଳେ 2017 ରେ 10,855ଟି ଦୁର୍ଘଟଣା ହୋଇଛି । ସେହିପରି 2018ରେ ମଧ୍ୟ 10 ପ୍ରତିଶତ ଦୁର୍ଘଟଣା ବୃଦ୍ଧି ପାଇଥିଲା । 11,262ଟି ଦୁର୍ଘଟଣା ଘଟିଥିବା ବେଳେ 5,315 ଜଣ ଏଥିରେ ପ୍ରାଣ ହରାଇଥିଲେ । 2019ରେ ମଧ୍ୟ ରାଜ୍ୟରେ ଦୁର୍ଘଟଣାର ହାର ବୃଦ୍ଧି ପାଇଛି । ଯାହାକି ଗତବର୍ଷ ତୁଳନାରେ 13.14 ପ୍ରତିଶତ ଅଧିକ ରହିଛି । ବୈଠକରେ ଦୁର୍ଘଟଣାଜନିତ ରିପୋର୍ଟ ପ୍ରକାଶ ପାଇବା ପରେ ଲୋକଙ୍କୁ ଏଥିପ୍ରତି ବ୍ୟାପକ ସଚେତନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ଭୁବନେଶ୍ବରରୁ ତପନ ଦାସ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details