ଓଡିଶା

odisha

ETV Bharat / city

ଓଡ଼ିଶାରେ ଟମାଟୋ ଫ୍ଲୁ ଚିହ୍ନଟ ହୋଇନାହିଁ, ଏଥିରେ ଡ଼ରିବାର ନାହିଁ: RMRC - ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତିଙ୍କ ଟମାଟୋ ଫ୍ଲୁ ପ୍ରତିକ୍ରିୟା

ଟମାଟୋ ଫ୍ଲୁକୁ ନେଇ RMRCର ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି ଯେ, ଓଡ଼ିଶାରେ ଟମାଟୋ ଫ୍ଲୁ ଚିହ୍ନଟ ହୋଇନାହିଁ । ସାଧାରଣତଃ ପ୍ରତିବର୍ଷ ଏହି ସମୟରେ ପିଲାଙ୍କ ଶରୀରରେ ଫଳିବା ଦେଖାଦେଇଥାଏ । ଅଧିକ ପଢନ୍ତୁ

ଓଡ଼ିଶାରେ ଟମାଟୋ ଫ୍ଲୁ ଚିହ୍ନଟ ହୋଇନାହିଁ, ଏଥିରେ ଡ଼ରିବାର ନାହିଁ: RMRC
ଓଡ଼ିଶାରେ ଟମାଟୋ ଫ୍ଲୁ ଚିହ୍ନଟ ହୋଇନାହିଁ, ଏଥିରେ ଡ଼ରିବାର ନାହିଁ: RMRC

By

Published : May 21, 2022, 8:07 PM IST

ଭୁବନେଶ୍ବର: ଟମାଟୋ ଫ୍ଲୁକୁ ନେଇ ଏବେ ସବୁଠି ଭୟର ବାତାବରଣ । ବିଶେଷ ଭାବେ ଛୋଟ ଛୁଆଙ୍କୁ କରୁଛି ଆକ୍ରାନ୍ତ । ଏନେଇ RMRCର ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି ଯେ, ‘‘ଓଡ଼ିଶାରେ ଟମାଟୋ ଫ୍ଲୁ ଚିହ୍ନଟ ହୋଇନାହିଁ । ସାଧାରଣତଃ ପ୍ରତିବର୍ଷ ଏହି ସମୟରେ ପିଲାଙ୍କ ଶରୀରରେ ଫଳିବା ଦେଖାଦେଇଥାଏ । ଯେହେତୁ ହାତ ପାପୁଲି ଓ ପାଦ ଶରୀରର ଅନ୍ୟ ଅଂଶ ଠାରୁ ସଫା ସେଦୃଷ୍ଟିରୁ ଏହା ବେଶୀ ଦୃଶ୍ୟମାନ ହୁଏ, ଏଥିରେ ଡ଼ରିବାର ନାହିଁ । କେରଳ ଓ ମହାରାଷ୍ଟ୍ରରେ ଟମାଟୋ ଫ୍ଲୁ ଚିହ୍ନଟ ହେବା ଓ ଗଣମାଧ୍ୟମରେ ଖବର ପ୍ରଚାରିତ ପରେ ଆମ ଲୋକମାନେ ଅଧିକ ସତର୍କ ହୋଇଛନ୍ତି ।

ଓଡ଼ିଶାରେ ଟମାଟୋ ଫ୍ଲୁ ଚିହ୍ନଟ ହୋଇନାହିଁ, ଏଥିରେ ଡ଼ରିବାର ନାହିଁ: RMRC

କୋଭିଡ ପରେ ସମସ୍ତେ ସ୍ବାସ୍ଥ୍ୟ ନେଇ ଅଧିକ ସଚେତନ ହେଉଛନ୍ତି, ଯାହାକି ଭଲ ଲକ୍ଷଣ । ପିଲାଙ୍କ ହାତ, ପାଦ ଫଳିବା ଓ ପାଟିରେ ଘା ହୁଏ, ତାହା 5- 7 ଦିନ ଭିତରେ ଭଲ ହୁଏ । କିନ୍ତୁ, ପାଟିରେ ଘା ହେବା ଦ୍ବାରା ପିଲାଙ୍କୁ ଖାଇବାରେ କିଛି ସମସ୍ୟା ଦେଖାଦିଏ । ଯେଉଁ ଟମାଟୋ ଫ୍ଲୁକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ଏନେଇ କ୍ୟାପିଟାଲ ହସ୍ପିଟାଲରୁ କିଛି ନମୁନା ସଂଗ୍ରହ ହୋଇଛି । ବାକି କିଛି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟକୁ କୁହାଯାଇଛି ନମୁନା ସଂଗ୍ରହ ପାଇଁ । ଖୁବ ଜଲଦି ନମୁନା ଟେଷ୍ଟ କରାଯିବ।’’

ସେପଟେ କିନ୍ତୁ ରାଜ୍ୟରେ ଟମାଟୋ ଫ୍ଲୁ ଆଶଙ୍କା ନେଇ AIIMSର ଆଡିଶନାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ପ୍ରଭାସ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ, ଏମ୍ସକୁ ଟମାଟୋ ଫ୍ଲୁ ଭଳି ଲକ୍ଷଣ ଥିବା ରୋଗୀ ଆସୁଛନ୍ତି । ପ୍ରତିଦିନ ୪ ରୁ ୫ ଜଣ ଏଭଳି ଲକ୍ଷଣ ଥିବା ରୋଗୀ ଆସୁଛନ୍ତି । ପ୍ରାୟ ୨ ସପ୍ତାହ ହେବ ଏଭଳି ଲକ୍ଷଣ ଥିବା ରୋଗୀ ଏମ୍ସକୁ ଆସୁଛନ୍ତି । ସେମାନଙ୍କୁ ଓପିଡିରେ ଚିକିତ୍ସା କରିବା ପରେ ଛାଡ଼ି ଦିଆଯାଉଛି । ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଅଭିଭାବକଙ୍କୁ ପରାମର୍ଶ ଦିଆଯାଉଛି । ଲକ୍ଷଣଯୁକ୍ତ ପିଲାଙ୍କୁ ଆଇସୋଲେସନରେ ରଖିବାକୁ ପରାମର୍ଶ ଦିଆଯାଉଛି ବୋଲି ଡାକ୍ତର ପ୍ରଭାସ ରଞ୍ଜନ ତ୍ରିପାଠୀ କହିଛନ୍ତି ।

ଭୁବନେଶ୍ବରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details