ଭୁବନେଶ୍ବର: ରାଜ୍ୟର ଅଧିକାଂଶ ମଣ୍ଡିରେ ଚାଷୀଙ୍କ ଧାନ ଉଠାଣ ହେଉନି। କଟନୀ ଛଟନୀ ନାଁରେ 5ରୁ 7କିଲୋ ଧାନ କଟା ଯାଉଛି । ମଣ୍ଡିରେ ଧାନ ବିକ୍ରି କରିନପାରି ଧାନ ଗଜା ହୋଇଯାଉଛି । ମିଲରଙ୍କ ଉଠାଣ ଉପରେ ଚାଷୀଙ୍କ ଧାନ ଉଠାଣ ନିର୍ଭର କରୁଛି । ଦଳମତ ନିର୍ବିଶେଷରେ ବୁଧବାର ସବୁ ଦଳର ବିଧାୟକମାନେ ପ୍ରଶ୍ନକାଳରେ ଉଦବେଗ୍ ପ୍ରକାଶ କରିଛନ୍ତି ।
ବିଧାନସଭାରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସବୁ ଅଭିଯୋଗକୁ ବାଏଁ ବାଏଁ ଉଡାଇଦେଇଥିଲେ । ସବୁ ଦୋଷ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ଉପରେ ଲଦିଦେଲେ । ଏହି କମିଟିରେ ବିଧାୟକମାନେ ସଦସ୍ୟ ଅଛନ୍ତି । ମଣ୍ଡିକୁ ମିଲରଙ୍କ ଟ୍ରକ୍ ନ ଆସିବା ଯାଏ ଚାଷୀ ସେଠାରେ ଜଗି ରହିବାର କୌଣସି ଆବଶ୍ୟକତା ନାହିଁ। ଯଦି ଚାଷୀ ଭଲ ଧାନ ଆଣିନଥିବ, ସେଥିପାଇଁ ଜଗି ରହୁଥିଲେ ସରକାରଙ୍କର କିଛି କରିବାର ନାହିଁ। ୩୦୮ ବ୍ଲକରେ ପି -ପାସ୍ ଜରିଆରେ ରସିଦ ଓ ଭେଣ୍ଡର କ୍ରୟ ସହ ପ୍ରାପ୍ୟ ଦିଆଯାଉଛି। ୬ ଟି ଵ୍ଲକରେ ଧାନ ଉତ୍ପାଦନ ନଥିବାରୁ ପି -ପାସ୍ ପ୍ରଚଳିତ ହୋଇନି। ଜୁନ୍ ୩୦ ସୁଦ୍ଧା ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ ତାରିଖ ଥିବାବେଳେ ସମ୍ଵଲପୁର ଜିଲ୍ଲା ପ୍ରଶାସନ ୧୮ ତାରିଖରୁ କାହିଁକି ବନ୍ଦ କରିଦେଲା ଵୋଲି କ୍ଷୋଭ ଝାଡିଛନ୍ତି ।