ଓଡିଶା

odisha

ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ ପରେ ରାଜ୍ୟରେ ଖୁସିର ମାହୋଲ

By

Published : Aug 5, 2019, 8:07 PM IST

ଜମ୍ମୁ କାଶ୍ମୀରରୁ 370 ଧାରା ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର । ଏହି ଐତିହାସିକ ଦିନର ସଫଳତାକୁ ନେଇ ରାଜ୍ୟବ୍ୟାପୀ ଖୁସିର ମାହୋଲ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ- ବ୍ୟୁରୋ ରିପୋର୍ଟ

ଭୁବନେଶ୍ବର: ଜମ୍ମୁ କାଶ୍ମୀରରୁ 370 ଧାରା ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର । ଏକ୍ ଆଇନ, ଏକ ଜାତୀୟ ପତାକା ଏବେ ଜାମୁ କାଶ୍ମୀର ଓ ଲଦାଖ ପାଇଁ ରହିବ । ସାରା ଦେଶବାସୀ କାଶ୍ମୀର ରେ ରହିବା ସହ ଜାଗା କିଣି ସ୍ଥାୟୀ ଭାବେ ରହିପାରିବେ । ଏହାକୁ ସାରା ଦେଶରେ ସ୍ବାଗତ କରାଯିବା ସହ ସେଲିବ୍ରେସନ ଆରମ୍ଭ ହୋଇଛି । ପୁରୀରେ ମଧ୍ୟ ଏହାର ଝଲକ ଆଜି ସିଂହଦ୍ବାର ସମ୍ମୁଖରେ ଦେଖାଯାଇଥିଲା । ଶ୍ରୀଜଗନ୍ନାଥ ସେନା କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି କୁ ସ୍ବାଗତ କରିବା ସହ ମିଠା ବାଣ୍ଟି ଉତ୍ସବ ପାଳନ କରିଥିଲେ ।

ଭିଡିଓ ସୌଜନ୍ୟ- ବ୍ୟୁରୋ ରିପୋର୍ଟ

ସେହିଭଳି କଟକରେ ଏହାକୁ ନେଇ ଖୁସି ପ୍ରକଟ କରିଛନ୍ତି ବିଜେପି ନେତା ଓ କର୍ମୀ । ବାଜା ବଜାଇ ପରସ୍ପରକୁ ମିଠା ଖୁଆଇ ବିଜେପି କର୍ମୀ ଓ ନେତା ମାନେ ଖୁସି ପ୍ରକଟ କରିଛନ୍ତି । ଏହି ଅବସରରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ମଧ୍ୟ ଯୋଗ ଦେଇଥିଲେ । ଏହା ଐତିହାସିକ ବିଜୟ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ କୃତଜ୍ଞତା ଜଣାଇଥିଲେ ବିଜେପି ସଦସ୍ୟ ।

ସେପଟେ କାଶ୍ମୀର ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତିକୁ ନେଇ ସମ୍ବଲପୁରରେ ବି ଉତ୍ସାହ ଦେଖିବାକୁ ମିଳିଛି। ମୁଖ୍ୟତଃ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖିବାକୁ ମିଳିଛି । ଏହି ଐତିହାସିକ ପଦକ୍ଷେପ ଦ୍ବାରା କାଶ୍ମୀର ଦେଶର ଅଭିନ୍ନ ଅଙ୍ଗ ହେବା ସହ ସମସ୍ୟାର ସମାଧାନ ସହଜ ହେବ ବୋଲି ବିଜେପି କାର୍ଯ୍ୟକର୍ତ୍ତା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details