ଭୁବନେଶ୍ବର: 5ଟି ସଚିବ ଭିକେ ପାଣ୍ଡିଆନ ଆଜି(ସୋମବାର) ଭୋରରୁ ଲିଙ୍ଗରାଜ ମନ୍ଦିର ଓ ଏହାର ଚତୁଃପାର୍ଶ୍ବରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ବିଶେଷକରି ହାତକୁ ନିଆଯାଇଥିବା ପ୍ରକଳ୍ପର ଅଗ୍ରଗତି ନେଇ ସେ ଆଲୋଚନା କରିଛନ୍ତି।
ଏକାମ୍ର କ୍ଷେତ୍ର ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ପାଣ୍ଡିଆନ
ତୁରନ୍ତ ଏକାମ୍ର କ୍ଷେତ୍ର ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ସମୀକ୍ଷା ଆରମ୍ଭ କରିଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ । ଅଧିକ ପଢନ୍ତୁ...
5ଟି ସଚିବଙ୍କ ଏକାମ୍ର କ୍ଷେତ୍ର ପ୍ରକଳ୍ପର ସମୀକ୍ଷା
ଉଠା ଦୋକାନୀ ଓ ବିକଳ୍ପ ରାସ୍ତା ନିଟମାନ ନେଇ ସେ ଗୁରୁତ୍ବ ଦେଇଛନ୍ତି । ସେହିଭଳି ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ସେ ଜୋର ଦେଇଛନ୍ତି। ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାକୁ ଆସି ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ। ସନ୍ତୋଷ ପ୍ରକାଶ କରିଥିଲେ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ