ଭୁବନେଶ୍ବର: କୋରୋନା ପାଇଁ ରାଜ୍ୟରେ ଭୁଶୁଡିଥିବା ଶିକ୍ଷା ବ୍ୟବସ୍ଥାକୁ ପୁନଃ ଟ୍ରାକକୁ ଆଣିବାନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା ବୈଠକ ଆରମ୍ଭ ହୋଇଯାଇଛି । ଯାହା ଦିନ ତମାମ ଚାଲିବ । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରାଜ୍ୟରେ ଏହା ତାଙ୍କର ପ୍ରଥମ ସମୀକ୍ଷା ବୈଠକ । ବୈଠକରେ ଉଚ୍ଚ ଶିକ୍ଷା ବିଭାଗର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ଏବଂ ରୁଷା ପ୍ରକଳ୍ପରେ ଆସିଥିବା ଅର୍ଥର କିଭଳି ବିନିଯୋଗ ହୋଇଛି ତା ଉପରେ ଆଲୋଚନା ହେବ ।
କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବୈଠକ ଆରମ୍ଭ, ଦିନ ତମାମ କରିବେ ସମୀକ୍ଷା - କେନ୍ଦ୍ର ଶିକ୍ଷାମନ୍ତ୍ରୀ
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ଆରମ୍ଭ । ଅଧିକ ପଢନ୍ତୁ...
ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଆରମ୍ଭ
କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବୈଠକ ଆରମ୍ଭ, ଦିନ ତମାମ କରିବେ ସମୀକ୍ଷା
ବୈଠକରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ଉଚ୍ଚ ଶିକ୍ଷା ପରିଷଦର ଉପଧାକ୍ଷ ଅଶୋକ ଦାସ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି । ପ୍ରଥମ ପର୍ଯ୍ୟାୟରେ ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା ଏବଂ ପରେ ଗଣଶିକ୍ଷା ବିଭାଗର ସମୀକ୍ଷା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଦ୍ଵିତୀୟ ପର୍ଯ୍ୟାୟରେ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧିକାରୀଙ୍କସହ ଭିଡିଓ କନଫରେନ୍ସରେ ସମୀକ୍ଷା କରିବେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ
Last Updated : Aug 21, 2021, 10:53 AM IST