ଭୁବନେଶ୍ବର:ଘୋଷଣା ହୋଇସାରିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ । ତେବେ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ରାଜସ୍ବ କମିଶନର, ରେଞ୍ଜ ଆଇଜି/ଡିଆଇଜିମାନଙ୍କ ସହ ଆଲୋଚନା କରିବେ । ଆସନ୍ତା 15 ତାରିଖ (Review meeting of State Election Commissioner on Jan 15) ପୂର୍ବାହ୍ନ 10.30 ରେ ଏହି ଆଲୋଚନା ହେବ ।
ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଓ ଅନ୍ୟ ଅଧିକାରୀ ମାନେ ଜିଲ୍ଲାସ୍ତରରୁ ଭିସି ଯୋଗେ ସମୀକ୍ଷା ବୈଠକରେ ସାମିଲ ହେବେ । ବୈଠକରେ ନିର୍ବାଚନ କମିଶନରଙ୍କ ସମେତ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଉନ୍ନୟନ କମିଶନର, ଗୃହ ସଚିବ, ସ୍ବାସ୍ଥ୍ୟ ସଚିବ ଓ ପଞ୍ଚାୟତିରାଜ ସଚିବ ପ୍ରମୁଖ ଉପସ୍ଥିତ ରହିବେ ।