ଓଡିଶା

odisha

ETV Bharat / city

ସରକାରଙ୍କୁ ରାଜସ୍ବ ଚିନ୍ତା, ବିକାଶରେ ଝୁଲିବ ତାଲା ! - odisha

ରକାରଙ୍କୁ ଘାରିଲାଣି ରାଜସ୍ବ ଚିନ୍ତା । ସମସ୍ତ ବିଭାଗୀୟ ଖର୍ଚ୍ଚରେ ଅଧିକ କାଣ୍ଟ ଛାଣ୍ଟ ସପକ୍ଷରେ ଅର୍ଥ ବିଭାଗ । କାରଣ ରାଜ୍ୟରେ କମୁଛି ରାଜସ୍ବ ସଂଗ୍ରହ । ଏପରି ସ୍ଥିତିରେ କିଭଳି ହେବ ସମ୍ବଳ ବିନିଯୋଗ ? କଣ ରାଜ୍ୟର ବିକାଶ ପାଇଁ ସରକାରଙ୍କ ସୁନେଲି ସ୍ବପ୍ନ ଫିକା ପଡିବ ?

Revenue concerns to the government
Revenue concerns to the government

By

Published : Jul 18, 2020, 10:38 PM IST

ଭୁବନେଶ୍ବର: ରାଜ୍ୟରେ ରାଜସ୍ବ ହାର କମିବା ସଙ୍ଗେ ସଙ୍ଗେ ଅଧାରେ ଅଟକିବାରେ ଲାଗିଛି ଅନେକ ପ୍ରକଳ୍ପ । ବିଭିନ୍ନ ଐତିହ୍ୟ କ୍ଷେତ୍ରର ବିକାଶ ଏବଂ ଏସସିବି ମେଡିକାଲକୁ ବିଶ୍ବସ୍ତରୀୟ ଭଳି ପ୍ରକଳ୍ପରେ ବାଧା ଉପୁଜିଛି । ଯାହା ସରକାରଙ୍କ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ । ଏପଟେ ସରକାରଙ୍କୁ ଘାରିଲାଣି ରାଜସ୍ବ ଚିନ୍ତା । ଆଉ ସମସ୍ତ ବିଭାଗୀୟ ଖର୍ଚ୍ଚରେ ଅଧିକ କାଣ୍ଟ ଛାଣ୍ଟ ସପକ୍ଷରେ ଅର୍ଥ ବିଭାଗ । କାରଣ ରାଜ୍ୟରେ କମୁଛି ରାଜସ୍ବ ସଂଗ୍ରହ । ଏପରି ସ୍ଥିତିରେ କିଭଳି ହେବ ସମ୍ବଳ ବିନିଯୋଗ ? କଣ ରାଜ୍ୟର ବିକାଶ ପାଇଁ ସରକାରଙ୍କ ସୁନେଲି ସ୍ବପ୍ନ ଫିକା ପଡିବ ?

ସରକାରଙ୍କୁ ରାଜସ୍ବ ଚିନ୍ତା, ବିକାଶରେ ଝୁଲିବ ତାଲା !
ସରକାରୀ ତଥ୍ୟ କହୁଛି, ଏପ୍ରିଲରୁ ମେ ମାସରେ ୭ହଜାର ‌କୋଟି ଟଙ୍କା GST ବାବଦକୁ ଆଦାୟ ହେବା କଥା କିନ୍ତୁ ଆଦାୟ ହୋଇଛି ମାତ୍ର ୩ହଜାର କୋଟି । ସେହିପରି ଭାବରେ ଜୁନ ମାସରେ କଟକଣା ଟି‌କେ କୋହଳ ହୋଇଥିଲେ ମଧ୍ୟ GST ଆଦାୟ ହୋଇପାରି ନାହିଁ । ଜୁନ ମାସରେ ୨୯୨୩ କୋଟି ଟଙ୍କା ବଦଳରେ ୨୬୯୩ କୋଟି ଟଙ୍କା ଆଦାୟ ହୋଇଛି। ସେହିପରି ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ କ୍ବାର୍ଟରରେ ଜିଏସଟି ଆଦାୟ ହୋଇଛି ମାତ୍ର ୫୧୯୨କୋଟି । ଗତ ବର୍ଷ ଏହି ସମୟରେ ୮୦୧୯କୋଟି ଟଙ୍କା ଆଦାୟ ହୋଇଥିଲାବେଳେ ଚଳିତ ବର୍ଷର କଲେକସନ୍ ଯଥେଷ୍ଟ କମ ରହିଛି। ସେପଟେ ରାଜସ୍ବ ଆଦାୟ କମୁଥିବାବେଳେ ରାଜ୍ୟ ସରକାର ଖର୍ଚ୍ଚ କମାଇବା ପାଇଁ ମଧ୍ୟ ବାଧ୍ୟ ହୋଇଛନ୍ତି । ଏପଟେ ରାଜସ୍ବ ବଢ଼ାଇବା ପାଇଁ ରାଜ୍ୟ ସରକାର କୋଇଲା ଏବଂ ଲୁହାପଥର ଖଣି ନିଲାମ ତୁରନ୍ତ କରିଛନ୍ତି । ସେହିପରି ସରକାର ଗତ 3 ମାସରେ ମୋଟ ବ୍ୟୟ 8,923 କୋଟି କରିଛନ୍ତି । ଯାହା ଗତବର୍ଷ ରହିଥିଲା 9,399 କୋଟି । କିନ୍ତୁ ସାମାଜିକ କ୍ଷେତ୍ର ବିଶେଷ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଚଳିତ ବର୍ଷ ଖର୍ଚ୍ଚ ବଢିଛି। ମୋଟ 5821 କୋଟି ଟଙ୍କା ଏହି ବାବଦରେ ଖର୍ଚ୍ଚ ହୋଇଥିଲାବେଳେ ଗତ ବର୍ଷ ଖର୍ଚ୍ଚ ହୋଇଛି 4225 କୋଟି। ସେହିଭଳି ଖାଦ୍ୟ ନିରାପତ୍ତା ପାଇଁ 1607 କୋଟି ଖର୍ଚ୍ଚ ହୋଇଛି । ଯାହାକି ଗତବର୍ଷ 305 କୋଟି ଟଙ୍କା ରହିଥିଲା ।ଗତବର୍ଷ ତୁଳନାରେ ଉଭୟ ଟିକସ ଓ ଅଣ ଟିକସ ସଂଗ୍ରହରେ 22.94% ହ୍ରାସ ହୋଇଛି। ଚଳିତ ଆର୍ଥିକ ବର୍ଷ ଜୁନ ସୁଦ୍ଧା 8204 କୋଟି ସଂଗ୍ରହ ହୋଇଥିବା ବେକେ ଗତବର୍ଷ ଏହି ସମୟରେ 10, 645 କୋଟି ଟଙ୍କା ସଂଗ୍ରହ ହୋଇଥିଲା। ତେବେ ନିଜସ୍ଵ ଟିକସ ସଂଗ୍ରହରେ 35% କମିଥିଲେ ବି ଅନ୍ୟ ଟିକସ ସଂଗ୍ରହରେ 3 ପ୍ରତିଶତ ବୃଦ୍ଧି ହୋଇଛି। ଗତବର୍ଷ ମୋଟ 3506 କୋଟି ଟଙ୍କା ରାଜସ୍ବ ଆସିଥିବା ବେଳେ ଚଳିତବର୍ଷ 3609 କୋଟି ଟଙ୍କା ସଂଗ୍ରହ ହୋଇଛି।ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details