ଓଡିଶା

odisha

By

Published : Nov 10, 2020, 9:27 PM IST

ETV Bharat / city

ସୁଧୁରୁଛି ଅର୍ଥନୀତି, ଅକ୍ଟୋବର ରାଜସ୍ବ ସଂଗ୍ରହରେ ବୃଦ୍ଧି

ଅକ୍ଟୋବର ଶେଷସୁଦ୍ଧା ରାଜସ୍ୱ ସଂଗ୍ରହରେ ପୂର୍ବ ବର୍ଷ ଏହି ସମୟ ତୁଳନାରେ 2.27% ବୃଦ୍ଧି ହୋଇଛି। ସଚିବ ସ୍ତରୀୟ ବୈଠକରେ ଏହି ତଥ୍ୟ ଦିଆଯାଇଛି। ଅଧିକ ପଢନ୍ତୁ...

ସୁଧୁରୁଛି ଅର୍ଥନୀତି
ସୁଧୁରୁଛି ଅର୍ଥନୀତି

ଭୁବନେଶ୍ବର: କୋଭିଡ ମହାମାରୀ ସତ୍ତ୍ୱେ ରାଜ୍ୟର ରାଜସ୍ବ ସଂଗ୍ରହରେ ବେଶ ଭଲ ଅଭିବୃଦ୍ଧି ହୋଇଛି। ଅକ୍ଟୋବର ଶେଷସୁଦ୍ଧା ରାଜସ୍ୱ ସଂଗ୍ରହରେ ପୂର୍ବ ବର୍ଷ ଏହି ସମୟ ତୁଳନାରେ 2.27% ବୃଦ୍ଧି ହୋଇଛି। ସଚିବ ସ୍ତରୀୟ ବୈଠକରେ ଏହି ତଥ୍ୟ ଦିଆଯାଇଛି।

ତେବେ ଜୀବନ ଜୀବିକା ଓ ଭିତ୍ତିଭୂମି ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଓମ୍ବାଡ଼ସି ଓ ଜିଲ୍ଲା ଖଣିଜ ପାଣ୍ଠିରୁ 20 ହଜାର କୋଟି ଟଙ୍କାର ପ୍ରକଳ୍ପ ହାତକୁ ନିଆଯାଇଛି। ତୁରନ୍ତ ଏହି ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହିତ ଡିସେମ୍ବର ଶେଷ ସୁଦ୍ଧା ବଜେଟ ପ୍ରସ୍ତାବ ଦେବାକୁ କୁହାଯାଇଛି। 2021-22 ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତ ହେବ। ସେହିଭଳି କୋଭିଡ ପର୍ଯ୍ୟବେକ୍ଷକ ଯେତେବେଳେ ଜିଲ୍ଲା ଗସ୍ତରେ ଯାଉଛନ୍ତି ଆକ୍ରାନ୍ତଙ୍କ ବ୍ୟବାହାର, ଶୀତ ପାଇଁ ପ୍ରସ୍ତୁତି, ସରକାରୀ ହସ୍ପିଟାଲରେ ଚିକିତ୍ସା, ଜୀବନ ଜୀବିକା ଯୋଜନା କାର୍ଯ୍ୟକାରୀ ଉପରେ ଜୋର ଦେବାକୁ କୁହାଯାଇଛି।

ସମୀକ୍ଷାରୁ ଜଣାପଡିଛି, ଉଭୟ ନିଜସ୍ୱ ଟିକସ ଓ ଅଣ ଟିକସ ସଂଗ୍ରହରେ 2.27% ବୃଦ୍ଧି ହୋଇଛି। ଗତବର୍ଷ ଏହି ସମୟରେ 25002 କୋଟି ଟଙ୍କାର ରାଜସ୍ବ ସଂଗ୍ରହ ହୋଇଥିବା ବେଳେ ଚଳିତ ବର୍ଷ ଏହା 25571 କୋଟି ରହିଛି। ମୋଟ ଅଣ ଟିକସ ସଂଗ୍ରହରେ 23.41% ବୃଦ୍ଧି ହୋଇଛି। ଗତବର୍ଷ ଏହି ସମୟରେ 7533 କୋଟି ସଂଗ୍ରହ ହୋଇଥିବା ବେଳେ ଚଳିତ ବର୍ଷ 9296 କୋଟି ସଂଗ୍ରହ ହୋଇଛି।

ସେହିପରି ସଟଡାଉନ ଓ ଲାକଡାଉନ ସତ୍ତ୍ୱେ ବଜେଟର 51 ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯେଉଁଥିରେ ସାମାଜିକ କ୍ଷେତ୍ରରେ 26 ହଜାର କୋଟି ଟଙ୍କା ରହିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details