ଭଦ୍ରକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା(Cameraman Manas Swain Murder Case) । ଏହି ମାମଲାରେ ପୂର୍ବତନ ପ୍ରଶାସନିକ ଅଧିକାରୀ OIS ନିରଞ୍ଜନ ସେଠୀ ଗିରଫ । ତାଙ୍କ ସହିତ ଆଉ ଜମେ ଅଭିଯୁକ୍ତ ରଞ୍ଜନ ନାୟକଙ୍କୁ ମଧ୍ୟ ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ତଥା ୱେବ୍ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଖୋଜା ଚାଲିଛି । ଶର୍ମିଷ୍ଠାଙ୍କ ସହ ତାଙ୍କର ଜଣେ ମହିଳା ସହଯୋଗୀଙ୍କୁ ବି ଖୋଜା ଚାଲିଛି ବୋଲି ସୂଚନା ଦେଇଛନ୍ତି ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯତୀନ ପଣ୍ଡା ।
Cameraman Manas Murder Case: ଅବସରପ୍ରାପ୍ତ OIS ନିରଞ୍ଜନ ସେଠୀ ଗିରଫ ଏହା ବି ପଢନ୍ତୁ- ମାନସ ସ୍ବାଇଁ ହତ୍ୟାକାଣ୍ଡ: ସାମ୍ନାକୁ ଆସିଲା ଅଭିଯୁକ୍ତର ଅସଲି ଚିତ୍ର
ଗିରଫ ହୋଇଥିବା ରଞ୍ଜନ ନାୟକ ହେଉଛନ୍ତି ରାଜ କମ୍ୟୁନିକେସନ ମାଲିକ । ମାନସ ହତ୍ୟା ମାମଲାରେ ଏଯାଏଁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ତଥା ୱେବ୍ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଖୋଜା ଚାଲିଛି। ଶର୍ମିଷ୍ଠାଙ୍କ ସହ ତାଙ୍କର ଜଣେ ମହିଳା ସହଯୋଗୀଙ୍କୁ ବି ଖୋଜା ଚାଲିଛି। ଘଟଣାରେ ଆମେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିସାରିଲୁଣି। ଏବେ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀଙ୍କୁ ଖୋଜା ଚାଲିଛି ବୋଲି ସୂଚନା ଦେଇଛି ପୋଲିସ ।
କ୍ୟାମେରା ମ୍ୟାନ ମାନସ ସ୍ବାଇଁକୁ ଅପହରଣ ପରେ ସୁନ୍ଦରପଦା ସ୍ଥିତ ଦୟାଲ ଆଶ୍ରମରେ ହତ୍ୟା କରାଯାଇଥିଲା । ପରେ ନୟାଗଡରେ ପୋତି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ଆଶ୍ରମ ବାହାରେ ସିସିଟିଭି ଲାଗିଥିବାରୁ ପ୍ରମାଣ ନଷ୍ଟ ପାଇଁ ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ଚାପ ପକାଉଥିବା ଜଣାପଡିଛି । ଏହି ଘଟଣାରେ ମୋଟ ୫ ଜଣ ଗିରଫ ହୋଇ ଥିବାବେଳେ ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ଫେରାର ରହିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ