ଭୁବନେଶ୍ବର: ଆୟ ବହିର୍ଭୁତ ସମ୍ପତ୍ତି ଓ ଚାକିରି ନାଁରେ ଠକେଇ ଅଭିଯୋଗରେ ଇଡିରେ ହାଜର ହେଲେ ଅବସରପ୍ରାପ୍ତ IFS ଅଭୟ ପାଠକ । ଦୀର୍ଘ ୧୦ ଘଣ୍ଟା ଧରି ଇଡି କାର୍ଯ୍ୟାଳୟରେ ହୋଇଛି ଜେରା । ତେବେ ପାଠକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କି ଆମକୁ ଯାହା ପଚରାଯାଇଛି ଆମେ ସେହି ଟ୍ରାନାଜାକ୍ସନ ସମ୍ପର୍କରେ ସୂଚନା ଦେଇଛି ।
ଇଡିରେ ହାଜର ହେଲେ IFS ଅଭୟ ପାଠକ - ଇଡି କାର୍ଯ୍ୟାଳୟ
ଆୟ ବହିର୍ଭୁତ ସମ୍ପତ୍ତି ଓ ଚାକିରି ନାଁରେ ଠକେଇ ମାମଲାରେ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଦୀର୍ଘ ୧୦ ଘଣ୍ଟା ଧରି ଉଭୟ ବାପ ପୁଅଙ୍କୁ ହୋଇଛି ଜେରା । ଅଧିକ ପଢନ୍ତୁ...
ଇଡିରେ ହାଜର IFS ଅଭୟ ପାଠକ
ଆଉ ଜେରା ବେଳେ ପୁଅ ଆକାଶଙ୍କ ସହ ମୁହାଁମୁହିଁ ସାମ୍ନା କରିଛନ୍ତି IFS ଅଭୟ । ତେବେ ସେ ଟ୍ରାନାଜାକ୍ସନ ତଥ୍ୟକୁ ନେଇ ଅସ୍ବୀକାର କରିବା ସହ ସେଭଳି କୌଣସି ଟ୍ରାନଜାକ୍ସନ ହୋଇନାହିଁ ବୋଲି କହିଛନ୍ତି । ତା ସହିତ ଆକାଉଣ୍ଟରେ କ୍ୟାସ ଡିପୋଜିଟକୁ ଖଣ୍ଡନ କରିବା ସହ କେବଳ ଗୋଟିଏ ମାରୁତି ଗାଡି ଓ ଗୋଟିଏ ଫ୍ଲାଟ ଥିବାବେଳେ ବାକି ସବୁ ସରକାରୀ ବୋଲି କହିଛନ୍ତି । ସେପଟେ ଭିଜିଲାନ୍ସ ଦ୍ବାରା ଗିରଫ ଓ ଜେଲ ଯିବା ଘଟଣାରେ ସେ ନିର୍ଯ୍ୟାତୀତ ହୋଇଥିବା ନେଇ ନିଜ ପ୍ରତିକ୍ରିୟାରେ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ