ଓଡିଶା

odisha

By

Published : Mar 17, 2021, 10:15 PM IST

ETV Bharat / city

ସାଧାରଣ ଚାକିରିଆଙ୍କ ସହ ଖେଳୁଛି ବିଏମସି

ସରକାରୀ କଳର ଉଦାସୀନତା ଯୋଗୁଁ ଚାକିରି ସରିଲା ପରେ ବି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅବସରପ୍ରାପ୍ତ ଚାକିରିଆ । ଏମିତି କିଛି ଅଭିଯୋଗ କରିଛନ୍ତି ବିଏମସି ସଫେଇ କର୍ମଚାରୀ । ଅଧିକ ପଢନ୍ତୁ..

ସାଧାରଣ ଚାକିରିଆଙ୍କ ସହ ଖେଳୁଛି ବିଏମସି
ସାଧାରଣ ଚାକିରିଆଙ୍କ ସହ ଖେଳୁଛି ବିଏମସି

ଭୁବନେଶ୍ବର: ସରକାରୀ କଳର ଉଦାସୀନତା ଯୋଗୁଁ ଚାକିରି ସରିଲା ପରେ ବି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅବସରପ୍ରାପ୍ତ ଚାକିରିଆ । ଖାଲି ସାଧାରଣ ଲୋକେ ନୁହେଁ ଅବସରପ୍ରାପ୍ତ ସରକାରୀ ଚାକିରିଆ ମଧ୍ୟ ସରକାରୀ କଳର ଉଦାସୀନତା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାକିରିରୁ ଅବସର ପରେ ମଧ୍ୟ କାଗଜପତ୍ର ନକରିବାରୁ ପେନସନ ଗଣ୍ଡାକ ମିଳିବା ସାତ ସ୍ୱପ୍ନ ହୋଇଯାଉଛି । ବିଏମସିରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ଦୁଃଖ ଦୁର୍ଦଶା କହିଲେ ନସରେ । ନିଜେ ଆସି ବିଏମସି ଅଧିକାରୀଙ୍କୁ ଭେଟି ଦୁଃଖ ଜଣାଇଲେ ମଧ୍ୟ କିଛି ଫରକ ପଡୁନାହିଁ । ଜଣେ ନୁହେଁ କି ଦୁଇ ଜଣ ନୁହେଁ ଏମିତି ଏକାଧିକ ସଫେଇ କର୍ମଚାରୀ ଅବସର ଗ୍ରହଣ କରି ସାରିଥିଲେ ବି ଦୀର୍ଘ ମାସ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ପେନସନ ମିଳୁନାହିଁ ।

ସାଧାରଣ ଚାକିରିଆଙ୍କ ସହ ଖେଳୁଛି ବିଏମସି

ଅବସର ଗ୍ରହଣ କଲା ପରେ ସରକାରୀ ସୁବିଧା ସୁଯୋଗ ମଧ୍ୟ ମିଳୁନାହିଁ । ଏମିତି କିଛି ଅଭିଯୋଗ କରିଛନ୍ତି ସଫେଇ କର୍ମଚାରୀ । ଦୀର୍ଘ ୬ ମାସ ଅବସର ଗ୍ରହଣ କରିଛି, ହେଲେ ଏପର୍ଯ୍ୟନ୍ତ କୌଣସି ସୁବିଧା ମିଳୁନାହିଁ । ବିଏମସି ଦୌଡ଼ି ଦୌଡ଼ି କେହି ଶୁଣୁନାହାଁନ୍ତି ବରଂ ଅଧିକାରୀଙ୍କୁ କହିଲେ ସେ ଧମକ ଦେଉଛନ୍ତି । ସେପଟେ ବିଏମସି ଅଧିକାରୀଙ୍କ ଯୁକ୍ତି ସରକାରଙ୍କୁ ଏ ବିଷୟରେ ଅବଗତ କରାଯାଇଛି । ସେପଟୁ ଯାହା ନିର୍ଦ୍ଦେଶ ଆସିବ ତାହା କରାଯିବ। ତେବେ ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ବିଏମସି ଅଧିକାରୀ ଗାୟତ୍ରୀ ସାମନ୍ତରାୟ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details