ଓଡିଶା

odisha

ETV Bharat / city

ପତ୍ନୀକୁ 300 ଖଣ୍ଡକରି ହତ୍ୟା ଘଟଣାରେ ଆର୍ମି ଡାକ୍ତରକୁ ଆଜୀବନ କାରାଦଣ୍ଡ - ସ୍ତ୍ରୀକୁ ୩୦୦ ଖଣ୍ଡ କରି ହତ୍ୟା ଘଟଣା

ପ୍ରକାଶ ପାଇଲା ଦୀର୍ଘ 7 ବର୍ଷ ପୂର୍ବ ହତ୍ୟାକାଣ୍ଡର ରାୟ । ୨୦୧୩ ମସିହା ଜୁନ ୨୧ ତାରିଖ ନୟାପଲ୍ଲୀ ଆଇଆରସି ଭିଲେଜରେ ହାଉସ ନଂ ୧ଏ /୧୧ରେ ଆର୍ମି ଡାକ୍ତର ନିଜ ସ୍ତ୍ରୀକୁ ୩୦୦ ଖଣ୍ଡ କରି ହତ୍ୟା କରିବା ଘଟଣାରେ ଆଜୀବନ କାରାଦଣ୍ଡ ମିଳିଛି । ଅଧିକ ଖବର ପଢନ୍ତୁ...

_court verdict
ପତ୍ନୀକୁ 300 ଖଣ୍ଡକରି ହତ୍ୟା ଘଟଣାରେ ଆର୍ମି ଡାକ୍ତରକୁ ଆଜୀବନ କାରାଦଣ୍ଡ

By

Published : Feb 25, 2020, 10:09 PM IST

ଭୁବନେଶ୍ବର: ବର୍ବର, ବୀଭତ୍ସ ଓ ଭୟଙ୍କର। ରାଜଧାନୀର ଛାତିରେ ଡାକ୍ତରଙ୍କ ଏହି ଲୋମଟାଙ୍କୁରା ହତ୍ୟାଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ରଖିଦେଇଥିଲା। ଦୀର୍ଘ 7 ବର୍ଷ ପରେ ଏହି ମାମଲାର ଆଜି ରାୟ ପ୍ରକାଶ ପାଇବା ସହ ରାଜଧାନୀ ଆର୍ମି ଡାକ୍ତରକୁ ମିଳିଛି ଆଜୀବନ କାରାଦଣ୍ଡ।

ପତ୍ନୀକୁ 300 ଖଣ୍ଡକରି ହତ୍ୟା ଘଟଣାରେ ଆର୍ମି ଡାକ୍ତରକୁ ଆଜୀବନ କାରାଦଣ୍ଡ

୨୦୧୩ ମସିହା ଜୁନ ୨୧ ତାରିଖ ନୟାପଲ୍ଲି ଆଇଆରସି ଭିଲେଜରେ ହାଉସ ନଂ ୧ଏ /୧୧ରେ ୩୦୦ ଖଣ୍ଡ କରି ହତ୍ୟା। ଏହି ଚର୍ଚ୍ଚିତ ହତ୍ୟାକାଣ୍ଡର ଆଜି ରାୟ ପ୍ରକାଶ ପାଇଛି। ଆର୍ମି ଡାକ୍ତର ସୋମନାଥ ପରିଡା ନିଜ ପତ୍ନୀ ଉଷଶ୍ରୀ ପରିଡାଙ୍କୁ ହତ୍ୟା ମାମଲାରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ ଶୁଣାଇଛନ୍ତି ରାୟ।

ସୂଚନା ଅନୁସାରେ, କର୍ଣ୍ଣେଲ ନିଜ ପତ୍ନୀକୁ ୩୦୦ ଖଣ୍ଡ କରି ହତ୍ୟା ପରେ ଖଣ୍ଡବିଖଣ୍ଡିତ ମୃତଦେହକୁ ଟିଫିନ ବକ୍ସରେ ଲୁଚାଇ ହତ୍ୟା ଲୁଚାଇବା ଘଟଣାରେ ଅବସରପ୍ରାପ୍ତ ଆର୍ମି ଡାକ୍ତର ସୋମନାଥ ପରିଡାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ।।

ତେବେ ଝିଅଙ୍କ ସହ ଡାକ୍ତରଙ୍କ ତିକ୍ତତା ରହିଥିଲା। ଏପରିକି କିଛି ଟଙ୍କା ମାଗୁଥିଲେ ଡାକ୍ତର ଯାହାକୁ ଝିଅ ନିଜ ପତିଙ୍କୁ ପଚାରିବା ପରେ ଦେବେ ବୋଲି କହି ଟାଳି ଦେଇଥିଲେ। ହେଲେ ଏନେଇ ଡାକ୍ତର ଝିଅକୁ ନିଜ ଘରକୁ ଆସିବାକୁ ମନା କରୁଥିଲେ। ହେଲେ ଡାକ୍ତରଙ୍କ ପତ୍ନୀ ଝିଅଙ୍କ ସମ୍ପର୍କରେ ରହୁଥିଲେ। ଯାହାକୁ ନେଇ ପତ୍ନୀଙ୍କ ସହ ଝଗଡା କରୁଥିଲେ ଡାକ୍ତର। ତେବେ ଏନେଇ ପୁଅ ଓ ଝିଅ ବାହାରେ ରହୁଥିବାରୁ ଫୋନ ଯୋଗେ ମାଙ୍କ ସହ କଥା ହେଉଥିଲେ। ହେଲେ ମା ଫୋନରେ ଯୋଗାଯୋଗର ୩ରୁ ୪ଦିନ ନଆସିବାରୁ ବାପାଙ୍କ ଜରିଆରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ ମୌନ ବ୍ରତ କହି ମା କଥା ହେବେ ନାହିଁ କହି କଥା ଟାଳୁଥିଲେ ଡାକ୍ତର।

ଘଟଣାକୁ ନେଇ ସନ୍ଦେହ ଉପୁଜିବାରୁ ନିଜ ମାମୁଁ ଅର୍ଥାତ ଉଷଶ୍ରୀଙ୍କ ଭାଇକୁ ଯୋଗାଯୋଗ କରି ଘରକୁ ପଠାଇଥିଲେ। ହେଲେ ଘରକୁ ଯିବା ପରେ ଡାକ୍ତର ତାଙ୍କୁ ରାଗି ଘରୁ ବାହାର କରିଦେଇଥିଲେ। ହେଲେ ସେହି ସମୟରେ ଘରୁ ଦୁର୍ଗନ୍ଧ ବାହାରୁଥିବାରୁ ସେ ସେନ୍ଦେହରେ ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ଘରେ ପହଁଞ୍ଚିବା ପରେ ୨୨ଟି ଟିଫିନ ବକ୍ସରେ ମୃତଦେହକୁ ୩୦୦ ଖଣ୍ଡ କରି ପ୍ୟାକ କରିଥିଲେ। ଯେକି ଏକ ଟର୍ଚ୍ଚ ବାଇଟରେ ହତ୍ୟାକରି ସର୍ଜିକାଲ ନାଇଫ, ୨ଚାପଡ, ସିଜର, ୨ଟି କରତ, ଗ୍ଲୋବସ ଯୋଗେ ୨୨ ଟି ବକ୍ସରେ ପ୍ୟାକ କରିଥିଲେ। ଯାହାକୁ ୧ ନମ୍ବର ମାର୍କେଟରୁ କିଣି ଆଣିଥିଲେ ତା ସହିତ ଫିନାଇଲରେ ଘର ନ ଗନ୍ଧେଇବା ପାଇଁ ଛିଞ୍ଚୁଥିଲେ। ଏପରିକି ରୁମରେ ମଧ୍ୟ ଏକାକି ରହୁଥିଲେ।

ଏହି ଚର୍ଚ୍ଚିତ ହତ୍ୟା ଘଟଣାରେ ଡାକ୍ତରକୁ ୭୨ ବର୍ଷରେ ଗିରଫ କରିଥିଲା ନୟାପଲି ଥାନା ପୋଲିସ। ତେବେ ଏନେଇ ୨୦୧୩ ମସିହା ଅକ୍ଟୋବର ୭ ତାରିଖରେ ଚାର୍ଜସିଟ ଦାଖଲ ହୋଇଥିଲା। ୨୮ ଟି ଡକ୍ୟୁମେଣ୍ଟ ଓ ୨୪ ଟି ସାକ୍ଷୀ ବଳରେ ଦୀର୍ଘ ୭ ବର୍ଷ ପରେ ରାୟ ଶୁଣାଇଲେ କୋର୍ଟ। ଦୋଷୀକୁ ୩୦୨ ଧାରାରେ ଆଜୀବନ କାରାଦଣ୍ଡ ସହ ୫୦ ହଜାର, ୨୦୧ ହତ୍ୟା ଲୁଚାଇବା ମାମଲାରେ ୧ ବର୍ଷ ଜେଲ ସହ ୧୦ ହଜାର ଟଙ୍କା ଦେବାକୁ କୋର୍ଟ ରାୟ ପ୍ରକାଶ କରିଥିଲେ। ତେବେ ଘଟଣାରେ ସବୁଠାରୁ ବଡ ଜିନିଷ ପୋଷ୍ଟମର୍ଟମ ରିପୋର୍ଟରେ ମର୍ଡର ବା ହୋମିସାଇଡ ବୋଲି ଜଣାପଡିଥିଲା।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details