ଓଡିଶା

odisha

ETV Bharat / city

ଖୁଚୁରା ବ୍ୟବସାୟୀଙ୍କ ଉପରେ ଲାଗିବନି ରୋକ - coroavirus latest news

ଲକଡାଉନ ସମୟରେ ପନିପରିବା ବିକ୍ରି କରିବା ପାଇଁ ଭୁବନେଶ୍ବରରେ ବାହାରରୁ ଆସୁଥିବା ଖୁଚୁରା ବ୍ୟବସାୟୀଙ୍କୁ ଭୁବନେଶ୍ବର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ସେମାନେ ନିଜର ପାସ ଦେଖାଇ ପ୍ରବେଶ କରିପାରିବେ । ଅଧିକ ପଢନ୍ତୁ...

Retailers will not be banned in bhubaneswar over covid19
ଖୁଚୁରା ବ୍ୟବସାୟୀଙ୍କ ଉପରେ ଲାଗିବନି ରୋକ

By

Published : Apr 9, 2020, 12:23 AM IST

ଭୁବନେଶ୍ବର: ଭିତରକୁ ପ୍ରବେଶ, ଖୁଚୁରା ବ୍ୟବସାୟୀଙ୍କ ଉପରେ ଲାଗିବନି ରୋକ । ଲକଡାଉନ ସମୟରେ ପନିପରିବା ବିକ୍ରି କରିବା ପାଇଁ ଭୁବନେଶ୍ବରରେ ବାହାରରୁ ଆସୁଥିବା ଖୁଚୁରା ବ୍ୟବସାୟୀଙ୍କୁ ଭୁବନେଶ୍ବର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ସେମାନେ ନିଜର ପାସ ଦେଖାଇ ପ୍ରବେଶ କରିପାରିବେ ।

ଖୁଚୁରା ବ୍ୟବସାୟୀଙ୍କ ଉପରେ ଲାଗିବନି ରୋକ

ଭୁବନେଶ୍ବରରେ ଖୁଚୁରା ବ୍ୟବସାୟୀ ମାନେ ଉଚିତ ପ୍ରମାଣ ପତ୍ର ଦେଖାଇ ନିକଟସ୍ଥ ଥାନା ଅଧିକାରୀଙ୍କ ନିକଟରୁ ପାସ ନେଇପାରିବେ । ଯଦି ଥାନାରୁ ପାସ ନେଇପାରୁନାହାନ୍ତି ତେବେ ବ୍ୟବସାୟ ସମ୍ପାଦକଙ୍କ ଠାରୁ ପାସ ନେଇପାରିବେ । ରାସ୍ତାରେ ବ୍ୟବସାୟୀ ମାନେ ଯିବା ଆସିବା ପାଇଁ କୌଣସି ରୋକ ଲଗାଯିବ ନାହିଁ । ବ୍ୟବସାୟୀଙ୍କୁ ହାଟରେ ଆସିବା ପାଇଁ ଏକ ହଜାର ପାସ ଖୁଚୁରା ବ୍ୟବସାୟୀଙ୍କୁ ଦିଆଯିବ । ଏକ ନମ୍ଵର ହାଟକୁ ପରିବା ବ୍ୟବସାୟୀମାନେ ଆସିବାକୁ ଅନୁମତି ପ୍ରଦାନ କରାଯାଇଛି । ଭୁବନେଶ୍ବରର ବଜାରକୁ ଆସୁଥିବା ସମସ୍ତ ପରିବା ବ୍ୟବସାୟୀ ଆସିବା ନେଇ କୌଣସି ଅସୁବିଧା ରହିବ ନାହିଁ । ଗତ ଦୁଇ ଦିନ ଧରି ପରିବା ଦରରେ ଯେଉଁ ବୃଦ୍ଧି ଦେଖାଯାଇଥିଲା ତାହା ସମାଧାନ କରାଯାଇଛି ।

ସାଧାରଣତଃ ଭୁବନେଶ୍ବରର ବାରଙ୍ଗ, ବାଙ୍କୀ, ଦାରୁଠେଙ୍ଗ, ଫୁଲନଖାର ଅଞ୍ଚଳରୁ ପରିବା ଆସିଥାଏ। ତେବେ ସେମାନଙ୍କୁ କୌଣସି ଚେକିଂ କରାଯିବ ନାହିଁ କି ପୋଲସ ସେମାନଙ୍କୁ ଅଟକାଇବ ନାହିଁ । ରାସ୍ତାରେ ଜିନିଷ ନେବା ଲାଗି କୌଣସି ରୋକ ଲଗାଯିବ ନାହିଁ । ତେବେ ରାଜ୍ୟରେ ପ୍ରଚୁର ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି । ତେଣୁ କଳାବଜାର ହେବ ନାହିଁ ଏହାକୁ ନେଇ କମିଶନରେଟ ପୋଲିସ ବ୍ୟବସାୟିକ ସମ୍ପାଦକଙ୍କୁ ନୋଡାଲ ସଦସ୍ୟ ଭାବରେ ନିଯୁକ୍ତି କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିିଭି ଭାରତ

ABOUT THE AUTHOR

...view details