ଓଡିଶା

odisha

ETV Bharat / city

କମିଶନରେଟ ପୋଲିସରେ ଅଦଳବଦଳ, ୧୭ ଆଇଆଇସିଙ୍କୁ ବଦଳି

କମିଶନରେଟ ପୋଲିସରେ ଅଦଳବଦଳ। ଆଡିସନାଲ ଡିସିପି ଠାରୁ ଏଏସଆଇ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ହୋଇଛି ଅଦଳବଦଳ। କଟକକୁ ଭୁବନେଶ୍ବର ଫେରିଛନ୍ତି ଅନେକ ଅଫିସର ସେପଟେ ଭୁବନେଶ୍ବରରୁ ମଧ୍ଯ କଟକ ଫେରିଛନ୍ତି ଅନେକ ଅଫିସର। ଅଧିକ ପଢନ୍ତୁ...

କମିଶନରେଟ ପୋଲିସରେ ଅଦଳବଦଳ, ୧୭ ଆଇଆଇସିଙ୍କୁ ବଦଳି
କମିଶନରେଟ ପୋଲିସରେ ଅଦଳବଦଳ, ୧୭ ଆଇଆଇସିଙ୍କୁ ବଦଳି

By

Published : Aug 17, 2020, 7:43 PM IST

ଭୁବନେଶ୍ବର: କମିଶନରେଟ ପୋଲିସରେ ଅଦଳବଦଳ। ଆଡିସନାଲ ଡିସିପି ଠାରୁ ଏଏସଆଇ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ହୋଇଛି ଅଦଳବଦଳ। କଟକକୁ ଭୁବନେଶ୍ବର ଫେରିଛନ୍ତି ଅନେକ ଅଫିସର ସେପଟେ ଭୁବନେଶ୍ବରରୁ ମଧ୍ଯ କଟକ ଫେରିଛନ୍ତି ଅନେକ ଅଫିସର।

କମିଶନରେଟ ପୋଲିସରେ ଅଦଳବଦଳ, ୧୭ ଆଇଆଇସିଙ୍କୁ ବଦଳି

ତେବେ ଭୁବନେଶ୍ବରରେ ନୟାପଲ୍ଲୀ ଥାନା ଦାୟିତ୍ବରେ ଭରତ ଚନ୍ଦ୍ର ସାହୁ, ଖାରବେଳନଗର ଥାନା ଦାୟିତ୍ବରେ ଅରୁଣ କୁମାର ନାୟକ, କ୍ଯାପିଟାଲ ଥାନା ଦାୟିତ୍ବରେ ଭରତ ଚରଣ ସାହୁ, ଲକ୍ଷ୍ମୀସାଗର ଥାନା ଦାୟିତ୍ବରେ ଗିରିଜା ଭୂଷଣ ଚକ୍ରବର୍ତ୍ତି । ସେହିପରି ଦୟା ନାୟକଙ୍କୁ ଧଉଳି ଥାନା ଦାୟିତ୍ବ , କଟକରୁ ଖଣ୍ଡଗିରିକୁ ଫେରିଛନ୍ତି ପଦ୍ନନାଭ ପ୍ରଧାନ, ଶହୀଦନଗର ଥାନା ଦାୟିତ୍ବରେ ହିମାଂଶୁ ଭୂଷଣ ସ୍ବାଇଁ । ଅପରପକ୍ଷେ ଦୀପକ କୁମାର ମିଶ୍ରଙ୍କୁ ଏୟାରଫିଲଡ ଥାନା ଦାୟିତ୍ବ, ପ୍ରମୋଦ କୁମାର ପଟ୍ଟନାୟକଙ୍କୁ ତମାଣ୍ଡୋ ଥାନା, ବିଶ୍ବରଂଜନ ନାୟକଙ୍କୁ ବଡଗଡ ଥାନା, ବିଶ୍ବରଂଜନ ସେନାପତିଙ୍କୁ ନନ୍ଦନକାନନ ଥାନା ଦାୟିତ୍ବ ମିଳିଛି।

କମିଶନରେଟ ପୋଲିସରେ ଅଦଳବଦଳ, ୧୭ ଆଇଆଇସିଙ୍କୁ ବଦଳି

ଅଞ୍ଜଳି ଛୋଟରାୟଙ୍କୁ ଚନ୍ଦ୍ରଶେଖରପୁର ଟ୍ରାଫିକ ଥାନା ଦାୟିତ୍ବ ମିଳିଛି। ତେବେ କଟକ ବାଦାମବାଡି ଥାନାକୁ ବଦଳି ହୋଇଛନ୍ତି ରଶ୍ମିରଂଜନ ମହାପାତ୍ର, ବିରଞ୍ଚି ନାରାୟଣ ପତିଙ୍କୁ ଚୌଦ୍ବାର ଓ ରବିନ୍ଦ୍ରନାଥ ମେହେରଙ୍କୁ ଜଗତପୁର ଓ ପ୍ରଦୀପ କିଶୋର ନାୟକଙ୍କୁ ମର୍କତନଗର ଥାନା ଦାୟିତ୍ବ ମିଳିଛି। ସେହିପରି ଏସଆଇ ଓ ଏଏସଆଇଙ୍କୁ ମଧ୍ଯ ନୂଆ ଥାନା ଓ କମିଶନରେଟ ହେଡକ୍ବାର୍ଟରରେ ଦାୟିତ୍ବ ମିଳିଛି।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭ ଭାରତ

ABOUT THE AUTHOR

...view details