ଭୁବନେଶ୍ବର: କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡଙ୍ଗା ଭସା ବା ବୋଇତ ବନ୍ଦାଣରେ ରୋକ ଲଗାଇଛନ୍ତି । ଏହାସହ ଦେବାଳୟକୁ ମଧ୍ୟ ନ ଯିବାକୁ ଲୋକଙ୍କୁ ବାରଣ କରାଯାଇଛି । ତେବେ ଏହାକୁ କଡାକଡି ଭାବେ ପାଳନ କରିବାକୁ କମିଶନରେଟ ପୋଲିସ ନେଇଛି ସ୍ବତନ୍ତ୍ର ପଦକ୍ଷେପ । ଏଥିପାଇଁ ରାଜଧାନୀର ବିଭିନ୍ନ ନଦୀ ଘାଟରେ ଜଗିବ କମିଶନରେଟ ପୋଲିସ । ଏଣୁ କାର୍ତ୍ତିକ ପୂର୍ଣ୍ଣିମାରେ ଜନସାଧାରଣ ଡଙ୍ଗା ଭସାଇବା ପାଇଁ ଜଳାଶୟକୁ ନ ଆସିବାକୁ ସତର୍କ କରାଯାଇଛି ।
ଡଙ୍ଗାଭସାରେ ରୋକ, ଅନ୍ଧାରରେ ଆସିଲେ ଘାଟରେ ଓଗାଳିବ ପୋଲିସ - ଡଙ୍ଗା ଭସାରେ ଉପରେ ରୋକ
କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ ରୋକ । ଅନ୍ଧାରରେ ଆସିଲେ ଜଳାଶୟ ଘାଟରେ ଅଟକାଇବ ପୋଲିସ । ଅଧିକ ପଢନ୍ତୁ...
ଡଙ୍ଗା ଭସା ଉପରେ ରୋକ, ଅନ୍ଧାରରେ ଆସିଲେ ଘାଟରେ ଓଗାଳିବ ପୋଲିସ
ଡଙ୍ଗା ଭସା ଉପରେ ରୋକ, ଅନ୍ଧାରରେ ଆସିଲେ ଘାଟରେ ଓଗାଳିବ ପୋଲିସ
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଲୋକମାନେ ପାହାନ୍ତିଆରୁ ଉଠି ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଥାନ୍ତି ଏବଂ ମନ୍ଦିର ଯାଇଥାନ୍ତି । ହେଲେ ଚଳିତ ବର୍ଷ କୋଭିଡ ପାଇଁ ଏହା ଉପରେ ନିଷେଧାଦେଶ ଲଗାଇଛନ୍ତି ସରକାର । ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରି ବିଭିନ୍ନ ଜଳାଶୟ ନିକଟରେ ବ୍ୟାପକ ପୋଲିସ ଫୋର୍ସ ମୁତୟତ ପାଇଁ ଆୟୋଜନ ହୋଇଛି । ସମସ୍ତଙ୍କୁ କଟକଣା ମାନିବାକୁ ଭୁବନେଶ୍ବର ଡିସିପି ନିବେଦନ କରିଛନ୍ତି । ତେବେ ନିୟମ ଉଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ସ୍ପଷ୍ଟ କରିଛନ୍ତି ଡିସିପି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ