ଓଡିଶା

odisha

ETV Bharat / city

ଟ୍ରେଡ ୟୁନିୟନର ଭାରତ ବନ୍ଦ ଡାକରା, ଲୋକସେବା ଭବନ ପ୍ରବେଶରେ ଲାଗିଲା କଟକଣା - indian trade union

ଗୁରୁବାର ଭାରତ ବନ୍ଦ ଡାକରା ଦେଇଛନ୍ତି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ । ଲୋକସେବା ଭବନ ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପ୍ରବେଶ ଉପରେ ଜାରି ହେଲା କଟକଣା । ପଢନ୍ତୁ ଅଧିକ.....

ଟ୍ରେଡ ୟୁନିୟନର ଭାରତ ବନ୍ଦ ଡାକରା, ଲୋକସେବା ଭବନ ପ୍ରବେଶ ଉପରେ ଲାଗିଲା କଟକଣା
ଟ୍ରେଡ ୟୁନିୟନର ଭାରତ ବନ୍ଦ ଡାକରା, ଲୋକସେବା ଭବନ ପ୍ରବେଶ ଉପରେ ଲାଗିଲା କଟକଣା

By

Published : Nov 25, 2020, 11:01 PM IST

ଭୁବନେଶ୍ବର: ଗୁରୁବାର ଭାରତ ବନ୍ଦ ଡାକରା ଦେଇଛନ୍ତି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ। ଏହାକୁ ଦୃଷ୍ଟିରେ ରଖି ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନରେ କର୍ମଚାରୀଙ୍କ ପ୍ରବେଶ ପାଇଁ କଟକଣା ଜାରି ହୋଇଛି। ସମସ୍ତ କର୍ମଚାରୀ ସକାଳ 9ଟା 30 ସୁଦ୍ଧା ପହଁଚିବା ପାଇଁ କୁହାଯାଇଛି।

ସକାଳ 10ଟା 15 ସୁଦ୍ଧା ସାମ୍ନା ଗେଟ ବନ୍ଦ କରାଯିବ। ବାକି କର୍ମଚାରୀ ପାସ ଦେଖାଇ ପଛ ଗେଟରେ ଆସିବେ। ସାଧାରଣ ଦର୍ଶକଙ୍କ ପାଇଁ ବନ୍ଦ ରହିବ ଲୋକସେବା ଭବନ । ଏନେଇ ଗୃହ ବିଭାଗ ସ୍ଵତନ୍ତ୍ର ସଚିବ ସନ୍ତୋଷ ଵାଲା ଏକ ଆଡ଼ଭାଇଜରି ଜାରି କରିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ , ଇଟିଭି ଭାରତ

ABOUT THE AUTHOR

...view details