ଭୁବନେଶ୍ବର: ଆସନ୍ତାକାଲି(ଗୁରୁବାର)ଠାରୁ ରାଜ୍ୟରେ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ବିଧାନସଭା ସଂଲଗ୍ନ ରାସ୍ତାଗୁଡିକରେ ଜନସାଧାରଣଙ୍କ ଚଳାଚଳ ଉପରେ କଟକଣା ଲାଗିଛି । ତେବେ ବିଧାନସଭାକୁ ଲାଗିଥିବା ରାସ୍ତାଗୁଡିକର ନିରାପତ୍ତାକୁ ଦୃଷ୍ଟିରେ ରଖି ପୋଲିସ କମିଶନର ଏଭଳି ନିଷ୍ପତ୍ତି ନେଇଛନ୍ତି ।
ଏହି କଟକଣା ଫେବୃଆରୀ 18 ତାରିଖରୁ ଲାଗୁ ହେଉଥିବା ବେଳେ କେବଳ ବିଧାନସଭାର କାର୍ଯ୍ୟଦିବସରେ ଲାଗୁ କରାଯିବ । ଏହି ଆଇନ ଓଡିଶା ସହରାଞ୍ଚଳ ଆଇନ 2003ର ଧାରା 28 ଅନୁସାରେ ବିଧାନସଭା ଅଧିବେଶନ ବେଳେ ମୋଟରଯାନ ଚଳାଚଳ ଉପରେ କଟକଣା ଲଗାଯିବ । ତେବେ ଏହି କଟକଣା ଅନୁଯାୟୀ ହାଉସିଂ ବୋର୍ଡ ପାର୍ଶ୍ବରୁ ଆସୁଥିବା ସମସ୍ତ ଗାଡି କେଶରୀ ଟକୀଜ ଠାରୁ ଆଗକୁ ନଯାଇ ବାମ ପଟ ରାସ୍ତାରେ ନିଜ ଗନ୍ତବ୍ୟସ୍ଥଳକୁ ଯିବେ ।