ବୋଲବମ୍ ଉପରେ କଟକଣା, ଶୈବପୀଠରେ ଜଳଲାଗି କରିପାରିବେନି କାଉଡିଆ - bol bom
![ବୋଲବମ୍ ଉପରେ କଟକଣା, ଶୈବପୀଠରେ ଜଳଲାଗି କରିପାରିବେନି କାଉଡିଆ ବୋଲବମ୍ ଉପରେ କଟକଣା, ଶୈବପୀଠରେ ଜଳଲାଗି କରିପାରିବେନି କାଉଡିଆ](https://etvbharatimages.akamaized.net/etvbharat/prod-images/768-512-12448302-thumbnail-3x2-bbsr.jpg)
19:14 July 13
ବନ୍ଦ ହେଲା ବୋଲବମ୍, ସୂଚନା ଦେଲେ SRC
ଭୁବନେଶ୍ବର:ବନ୍ଦ ହେଲା ବୋଲବମ୍ । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି(ମଙ୍ଗଳବାର) ବୋଲବମ୍ ଉପରେ କଟକଣା ଲଗାଇଛନ୍ତି । ରାସ୍ତାରେ ବୋଲବମ୍ ଭକ୍ତଙ୍କ ଯାତାୟତକୁ ବାରଣ କରାଯାଇଥିବାବେଳେ କୌଣସି ଶୈବପୀଠ କିମ୍ବା ଦେବାଳୟରେ ମଧ୍ୟ ଏମାନଙ୍କ ପାଣି ଢାଳିବା ଉପରେ କଟକଣା ଲଗାଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିଛନ୍ତି ।
ଶ୍ରାବଣ ମାସରେ ବିଭିନ୍ନ ଶୈବପୀଠରେ କାଉଡିଆମାନେ ହଜାର ହଜାର ସଂଖ୍ୟାରେ ମେଳି ହୋଇ ମହାଦେବଙ୍କୁ ଜଳଲାଗି କରିଥାନ୍ତି । ବିଭିନ୍ନ ନଦୀରୁ ଜଳ ଉଠାଇ ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା କରିଥାନ୍ତି । ତେବେ କମି ଆସୁଥିବା ସଂକ୍ରମଣ ପୁଣି ଲେଉଟିବାର ଆଶଙ୍କା କରି ପ୍ରଶାସନ ଏଭଳି କଟକଣା ଲଗାଇଛି । ଗତବର୍ଷ ମଧ୍ୟ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଥିଲା ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ