ଓଡିଶା

odisha

PCC ପୁନର୍ଗଠିତ: ସଭାପତି ପଦ ବଜାୟ ରଖିଲେ ନିରଞ୍ଜନ

By

Published : Sep 8, 2021, 9:49 PM IST

ପୁନର୍ଗଠିତ ହେଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ସବୁ କଳ୍ପନାଜଳ୍ପନା ଅନ୍ତ ଘଟାଇ ସଭାପତି ପଦ ବଜାୟ ରଖିଲେ ନିରଞ୍ଜନ। ୧୨ ଜଣ ଉପ ସଭାପତି, ୨୦ ଜଣ ସାଧାରଣ ସମ୍ପାଦକ ଓ ୪୬ ଜଣ ସମ୍ପାଦକଙ୍କୁ ନିଯୁକ୍ତି ଦେଇଛି ଦଳ । ଅଧିକ ପଢନ୍ତୁ...

PCC ପୁନର୍ଗଠନ: ପଦ ବଜାୟ ରଖିଲେ ନିରଞ୍ଜନ
PCC ପୁନର୍ଗଠନ: ପଦ ବଜାୟ ରଖିଲେ ନିରଞ୍ଜନ

ଭୁବନେଶ୍ବର: ଆଜି ପୁନର୍ଗଠିତ ହୋଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ୧୨ ଜଣ ଉପସଭାପତି, ୨୦ ଜଣ ସାଧାରଣ ସମ୍ପାଦକ ଓ ୪୬ ଜଣ ସମ୍ପାଦକଙ୍କୁ ନିଯୁକ୍ତି ଦେଇଛି ଦଳ । PCC ସଭାପତି ଭାବେ ପଦ ବଜାୟ ରଖିଛନ୍ତି ନିରଞ୍ଜନ ପଟ୍ଟନାୟକ । ଏଥିସହିତ ଜଣେ କୋଷାଧ୍ୟକ୍ଷଙ୍କ ସମେତ ଅନ୍ୟ ପଦ ପଦବୀ ନେଇ ମଧ୍ୟ ଦଳ ନିଯୁକ୍ତି ଦେଇଛି । ଏ ନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳଙ୍କ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ।

PCC ପୁନର୍ଗଠିତ: ସଭାପତି ପଦ ବଜାୟ ରଖିଲେ ନିରଞ୍ଜନ

ବହୁ ବାଦ ବିବାଦ ପରେ ବି ପିସିସି ସଭାପତି ପଦ ବଜାୟ ରଖିଛନ୍ତି ନିରଞ୍ଜନ ପଟ୍ଟନାୟକ । ଉପ -ସଭାପତି ଭାବେ ଦଳ ଗଣେଶ୍ବର ବେହେରା, ସନ୍ତୋଷ ସିଂହ ସାଲୁଜା, ସରସ୍ବତୀ ହେମ୍ରମ, ଶିବାନନ୍ଦ ରାୟ, ସୁରେଶ ମହାପାତ୍ର, ଭୂଜବଳ ମାଝି, ଯଜ୍ଞେଶ୍ବର ବାବୁ, ନକୁଲ ନାୟକ, ଦେବାଶିଷ ପଟ୍ଟନାୟକ, ସୁଦାମ ନାୟକ, ରତ୍ନମଣି ଉଲାକା, ସସ୍ମିତ ବେହେରାଙ୍କୁ ନିଯୁକ୍ତି ଦେଇଛି ଦଳ । ସେହିଭଳି ସାଧାରଣ ସମ୍ପାଦକ ଭାବେ ସତ୍ୟ ପ୍ରକାଶ ନାୟକ, କିଶୋର ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ସଂଗ୍ରାମ ମିଶ୍ର, ରାଜ କିଶୋର ଷଡ଼ଙ୍ଗୀ, ଅରନ୍ଦିମ ସର୍ଖେଲ, ରଜତ ଚୌଧୁରୀ, ଲଲାଟେନ୍ଦ ମହାପାତ୍ର, ବିଶ୍ବ ଭୂଷଣ ଦାସ, ବିସ୍ମୟ ମହାପାତ୍ର, ସମରେନ୍ଦ୍ର ମିଶ୍ର, ନାରାୟଣ ଜେନା, ମମତା ମାଢ଼ୀ, ଚିନ୍ମୟ ସୁନ୍ଦର ଦାସ, ରବି ରାୟ, ଆଲୋକ ମିଶ୍ର, ଅର୍ସ ଅଲ୍ଲୀ, ସତ୍ୟଶିବ ଦାସ, ଅଶୋକ କୁମାର ଦାସଙ୍କୁ ନିଯୁକ୍ତି ମିଳିଛି ।

PCC ପୁନର୍ଗଠିତ: ସଭାପତି ପଦ ବଜାୟ ରଖିଲେ ନିରଞ୍ଜନ

ସେହିଭଳି ସମ୍ପାଦକ ଭାବେ ବିପ୍ଳବ ଚୌଧୁରୀ, ହେମରାଜ ବାଗ୍, ମନୀଷ ଆଚାର୍ଯ୍ୟ, ଦିଲ୍ଲୀପ ବେହେରା, ପ୍ରୀୟଜିତ୍ ରାୟ, ଦରିଦ୍ର ନାରାୟଣ ନାୟକ, ସଞ୍ଜୟ ଅଧିକାରୀ, ସନାତନ ମିଶ୍ର, ଅର୍ଚ୍ଚନା ନନ୍ଦି, ସଂଗ୍ରାମ ଦାସ, ସୁବ୍ରତ ମହାପାତ୍ର, ପଦ୍ମାକର ଗୁରୁ, ମହମ୍ମଦ ସବିର, ନାସିର ଅହମ୍ମଦ, ଶମ୍ଭୁ ପାଣିଗ୍ରାହୀ, ଚନ୍ଦ୍ର ଶେଖର ପରିଡ଼ା, ଗୌର ନାୟକ, ତରୁଣ ମାଝି, ଶଶି ଭୂଷଣ ପାତ୍ର, ମନୋଜ ସାହୁ, ମନୋଜ ବିଶ୍ବାଳ, ପ୍ରଭାକର ମହାପାତ୍ର, ହୁସେନ ଖାନ୍, ଦୁଲାଲ୍ ପ୍ରଧାନ, ଶ୍ରୀୟା ମହାନ୍ତି, ସୁକାନ୍ତି ଦାସ, ଉମେଶ ଜେନା, ଅମିୟ ପାଣ୍ଡବ, ଦୁର୍ଗା ପାଢ଼ି, ସନ୍ତୋଷ ନନ୍ଦ, ଲିଙ୍ଗରାଜ ସାହୁ, ସସ୍ମିତା ଦେହୁରୀ, ପ୍ରଦୀପ ମହାପାତ୍ର, ପ୍ରତିମା ମଲ୍ଲିକ, ମହେନ୍ଦ୍ର ନାୟକ, ବିଜୟ ଚାଉଳିଆ, ସୀମାଞ୍ଚଳଗିରି ଉଲାକା, କୃଷ୍ଣ ଚନ୍ଦ୍ର ନେପାକ,ମଧୁସ୍ମିତା ସେଠୀ, ମୁକେଶ ଜୈନ, କୈଳାଶ ମୁଖୀ, ସୁର୍ଯ୍ୟକାନ୍ତ ବାଗ, ସରୋଜ ପ୍ରଧାନ, ବିଜନ ନାୟକଙ୍କୁ ନିଯୁକ୍ତି ଦେଇଛି ଦଳ ।

PCC ପୁନର୍ଗଠିତ: ସଭାପତି ପଦ ବଜାୟ ରଖିଲେ ନିରଞ୍ଜନ
PCC ପୁନର୍ଗଠିତ: ସଭାପତି ପଦ ବଜାୟ ରଖିଲେ ନିରଞ୍ଜନ
PCC ପୁନର୍ଗଠିତ: ସଭାପତି ପଦ ବଜାୟ ରଖିଲେ ନିରଞ୍ଜନ

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details