ଭୁବନେଶ୍ବର:ପଞ୍ଚାୟତିରାଜ ବ୍ୟବସ୍ଥାରେ ସମସ୍ତ ୩୦ଟି ଜିଲ୍ଲା ପରିଷଦ ବିଜେଡି ଖାତାକୁ ଯାଇଛି । ତେବେ ଏହାପରେ ଦଳ ପାଇଁ ଗୁରୁ ଦାୟିତ୍ୱ ବଢିଲା ବୋଲି କହିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ବିଜେଡି ଦମଦାର ପ୍ରଦର୍ଶନ କରି ବିରୋଧୀଙ୍କୁ ପଛରେ ପକାଇ ଦେଇଥିଲା ।
ମୁନ୍ନା କହିଛନ୍ତି ଯେ, "୩୦ ଜିଲ୍ଲା ପରିଷଦ ମିଳିବା ଓଡିଶା ଇତିହାସରେ ପ୍ରଥମ । ତେଣୁ ଆମକୁ ଓଡିଶାବାସୀ ଏକ ଗୁରୁ ଦାୟିତ୍ୱ ଦେଇଛନ୍ତି । ଏହିଭଳି ଐତିହାସିକ ବିଜୟ କେବେ କାହାର ହୋଇ ନଥିଲା । ଏଥିପାଇଁ ଆମକୁ ଅଧିକ ଦାୟିତ୍ୱ ସମ୍ପନ୍ନ ହେବାକୁ ପଡ଼ିବ । ଲୋକଙ୍କ ବିଶ୍ଵାସକୁ କାଏମ ରଖି କାମ କରିବାକୁ ହେବ ।"