ଭୁବନେଶ୍ବର:କଟକଣା କୋହଳ ପରେ ବଢିଛି ସ୍ବାସ୍ଥ୍ୟ ବିଭାଗର ବଢିଛି ଦାୟିତ୍ବ। ଆଜିଠାରୁ(ବୁଧବାର) ସାରା ରାଜ୍ୟରେ କୋଭିଡ ଗାଇଡଲାଇନକୁ କୋହଳ କରାଯାଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ଦାୟିତ୍ବ ବଢିବା ସହ ମନିଟରିଙ୍ଗକୁ କଡାକଡି କରିବା ବାଧ୍ୟତାମୂଳକ କରାଯାଇଛି ।
ତେବେ କୋଭିଡ କଟକଣା କୋହଳ ପରେ ସଂକ୍ରମଣ ସ୍ଥିତି କଣ ରହୁଛି ତା ଉପରେ ନଜର ରଖିବାକୁ ପଡିବ । । ସେହିପରି କୋଭିଡ କଟକଣାକୁ ସମେସ୍ତେ ପୂର୍ବପରି ମାନିବା ସହ ମାସ୍କ ପିନ୍ଧିବା, ସାନିଟାଇଜରର ବ୍ୟବହାର, ସାମାଜିକ ଦୂରତ୍ବକୁ କଡାକଡି ଭାବେ ପାଳନ କରିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ବିଜୟ ମହାପାତ୍ର ।