ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ IPS ସ୍ତରରେ ଅଦଳବଦଳ କରାଯାଇଛି । ତେବେ ଦୁଇ ଭିନ୍ନ ମାମଲାରେ ବିବାଦୀୟ ହୋଇଥିବା ଦୁଇ ଆଇପିଏସ ଅଫିସରଙ୍କୁ ପୁଣି ଜିଲ୍ଲା ଦାୟିତ୍ୱ ମିଳିଛି । ପୁରୀ ହଜାତ ମୃତ୍ୟୁ ମାମଲା ଓ ନୟାଗଡ଼ ପରୀ ମାମଲାରେ ବିବାଦୀୟ ଦୁଇ ଅଫିସର ଆଖିଲେଶ୍ୱର ସିଂ ଓ ପ୍ରତ୍ୟୁଷ ଦିବାକରଙ୍କୁ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରିଛନ୍ତି ସରକାର । ଏନେଇ ଆଜି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
IPS ସ୍ତରରେ ଅଦଳବଦଳ, ଅଖିଳେଶ୍ବର ସିଂହ ହେଲେ ଜଗତସିଂହପୁର ନୂଆ SP
IPS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ଅଖିଳେଶ୍ବର ସିଂହ ଜଗତସିଂହପୁର ନୂଆ ଏସପି । ଅଧିକ ପଢନ୍ତୁ...
IPS ସ୍ତରରେ ଅଦଳବଦଳ
ସେଣ୍ଟ୍ରାଲ ଡେପୁଟେସନରୁ ଫେରିଛନ୍ତି 1998 ବ୍ୟାଚର ଏସ. ଦେବଦତ୍ତ ସିଂ । ତାଙ୍କୁ IG ହେଡ଼କ୍ୱାର୍ଟର ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ଜଗତସିଂହପୁର ଏସପି ପ୍ରକାଶ ଆରଙ୍କୁ ବଦଳି କରାଯାଇଛି । 2008 ବ୍ୟାଚର ଏହି ଅଫିସରଙ୍କୁ ଭିଜିଲାନ୍ସ ଅର୍ଗାନାଇଜେସନରେ ନୂଆ ନିଯୁକ୍ତି ଦିଆଯାଇଛି । ସେହିପରି ପୁରୀ ହାଜତ ମୃତ୍ୟୁ ମାମଲାରେ ବିବାଦୀୟ 2009 ବ୍ୟାଚର ଆଇପିଏସ ଆଖିଲେଶ୍ୱର ସିଂଙ୍କୁ ମିଳିଛି ନୂଆ ନିଯୁକ୍ତି । ତାଙ୍କୁ ଏସଓଜି କମାଣ୍ଡଣ୍ଟରୁ ଜଗତସିଂହପୁର ଏସପି ଭାବେ ବଦଳି କରାଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ
Last Updated : Jul 9, 2021, 7:22 PM IST