ଓଡିଶା

odisha

By

Published : Nov 9, 2020, 10:55 PM IST

ETV Bharat / city

ଓଏଏସ ସ୍ତରରେ ଅଦଳବଦଳ

ବରିଷ୍ଠ ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ବରିଷ୍ଠ ଅଧିକାରୀଙ୍କ ହୋଇଛି ବଦଳି । ଅଧିକ ପଢ଼ନ୍ତୁ...

ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ବରିଷ୍ଠ ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ଭୁବନେଶ୍ବର ମହାନଗର ନିଗମରୁ ବଦଳି କରି ଶକ୍ତି ବିଭାଗ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବତନ ଖୋର୍ଦ୍ଧା ଜିଲ୍ଲାପାଳ ଶୀତାଂଶୁ କୁମାର ରାଉତ ଆରଓଟିଆଇର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଛନ୍ତି ।

ଓଏଏସ ସ୍ତରରେ ଅଦଳବଦଳ

ସେହିପରି ବନାନୀ ମହାନ୍ତିଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରାଯାଇଛି । ବରିଷ୍ଠ ଓଏଏସ ଅଧିକାରୀ ଦୁର୍ବାଦଳ ମେହେରଙ୍କୁ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବରେ ନିଯୁକ୍ତ କରାଯାଇଛି। ସେହିପରି ଶ୍ରାବଣୀ ପଟ୍ଟନାୟକଙ୍କୁ ବୈଦେଶିକ ସେବା ସର୍ତ୍ତାବଳୀ ଏବଂ ORERA ଯୁଗ୍ମ ସଚିବ ଭାବରେ ସ୍ଥାନାନ୍ତରିତ କରାଯାଇଛି। ବରିଷ୍ଠ ଓଏଏସ ଅଧିକାରୀ ନାରାୟଣ ଧଳ, ସୁଶାନ୍ତ ପଟେଲ, ବିଶ୍ବରଞ୍ଜନ ରଥ, ଭବାନୀ ପ୍ରସାଦ ମିଶ୍ରଙ୍କର ମଧ୍ୟ ବଦଳି ହୋଇଛି । ଅନୁରୂପ ଭାବରେ ଶରତ ଚନ୍ଦ୍ର ବେହେରା, ରବି ନାରାୟଣ ମାଝି ଓ ବାସୁଦେବ ମାହାରୀଙ୍କ ବଦଳି କରାଯାଇଛି ।

ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details