ଓଡିଶା

odisha

ମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା: ଜାରି ରହିଛି ଉଦ୍ଧାର କାର୍ଯ୍ୟ, ବନ୍ୟା ବିପନ୍ନଙ୍କ ପାଇଁ ଖାଦ୍ୟ ପାନୀୟ ଜଳ ବ୍ୟବସ୍ଥା

By

Published : Aug 17, 2022, 6:13 PM IST

ବନ୍ୟା ପ୍ରଭାବିତଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ ଏବଂ ଔଷଧ ବ୍ୟବସ୍ଥା କରାଯାଇଛି (drinking water provided to flood affected in Odisha) । ବନ୍ୟା ଛାଡିବା ମାତ୍ରେ ନଳକୂପକୁ ସଫା କରାଯିବ । ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଣ୍ଟି ଭେନମ୍‌ କିଟ୍‌ ଅଧିକ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢ଼ନ୍ତୁ

ଜାରି ରହିଛି ଉଦ୍ଧାର କାର୍ଯ୍ୟ, ବନ୍ୟା ବିପନ୍ନଙ୍କ ପାଇଁ କରାଯାଇଛି ଖାଦ୍ୟ ପାନୀୟ ଜଳ ବ୍ୟବସ୍ଥା
ଜାରି ରହିଛି ଉଦ୍ଧାର କାର୍ଯ୍ୟ, ବନ୍ୟା ବିପନ୍ନଙ୍କ ପାଇଁ କରାଯାଇଛି ଖାଦ୍ୟ ପାନୀୟ ଜଳ ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ୟର ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଏସଆରସିଙ୍କ କାର୍ଯ୍ୟାଳୟରେ ବନ୍ୟାସ୍ଥିିତି ସମ୍ପର୍କିତ ସମୀକ୍ଷା କରିଛନ୍ତି ମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ଦିଗରେ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ।

ଜାରି ରହିଛି ଉଦ୍ଧାର କାର୍ଯ୍ୟ, ବନ୍ୟା ବିପନ୍ନଙ୍କ ପାଇଁ କରାଯାଇଛି ଖାଦ୍ୟ ପାନୀୟ ଜଳ ବ୍ୟବସ୍ଥା

ଏହାସହ ବନ୍ୟା ପ୍ରଭାବିତଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ ଏବଂ ଔଷଧ ବ୍ୟବସ୍ଥା କରାଯାଇଥିବା ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି (drinking water provided to flood affected in Odisha)। ମନ୍ତ୍ରୀ କହିଛନ୍ତି, "ରାଜ୍ୟରେ ମହାନଦୀ ଅବବାହିକାରେ ବଡ଼ବନ୍ୟା ହୋଇଛି । ଅନେକ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି । ଏଭଳି ଅବସ୍ଥା 4 ଦିନ ପର୍ଯ୍ୟନ୍ତ ଲାଗି ରହିବ । ତେବେ ଏ ସ୍ଥିତିରୁ ମୁକୁଳିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଆଗାମୀ 24 ଘଣ୍ଟା ରାଜ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ବନ୍ୟା ଯୋଗୁଁ ମହାନଦୀ ସିଷ୍ଟମରେ ଗତକାଲି ଦୁଇଟି ଓ ଆଜି ଆଉ ଦୁଇଟି ଘାଇ ସହ ମୋଟ ୪ଟି ଘାଇ ସୃଷ୍ଟି ହୋଇଛି । 2011 ପରେ ରାଜ୍ୟରେ ପ୍ରଥମ ଥର ଏଭଳି ବନ୍ୟା ହୋଇଛି । ବର୍ତ୍ତମାନ ଘଣ୍ଟାକୁ 17 ହଜାର କ୍ୟୁସେକ ପାଣି ମୁଣ୍ଡୁଳୀରୁ ଖସୁଛି । କିଛି ସମୟ ପରେ ଘଣ୍ଟାକୁ 25 ହଜାର କ୍ୟୁସେକ ପାଣି ତଳକୁ ଖସିବ । ପୁନର୍ବାର ଗତକାଲି ଖୋଲା ଯାଇଥିବା ଗେଟରୁ ହୀରାକୁଦ ଡ୍ୟାମର ବନ୍ୟା ଜଳ ମୁଣ୍ଡଳୀରେ କାଲି ସକାଳେ ପହଞ୍ଚିବ । ପ୍ରାୟ ୯ରୁ ୧୦ ଲକ୍ଷ କ୍ୟୁସେକ ପାଣି ନିଷ୍କାସିତ ହେବ ।"

କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି । ଜଗତସିଂହପୁର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଏହି ସବୁ ଜିଲ୍ଲାର ବନ୍ୟା ପ୍ରଭାବିତି ଇଲାକାକୁ ଓଡ୍ରାଫ, NDRF, ଅଗ୍ନିଶମ ବିଭାଗର ଅତିରିକ୍ତ ଟିମ୍‌କୁ ପଠାଯାଇଛି । ବ୍ରାହ୍ମଣୀ ଓ ବୈତରଣୀ ବେଲ୍ଟରେ ବର୍ଷା ଆକଳନ କରାଯାଉଥିବାରୁ କେନ୍ଦୁଝର, ଭଦ୍ରକ ଓ ଯାଜପୁରକୁ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟାସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ବିଭାଗ ସହିତ ଲଗାତର ସମନ୍ବୟ ରଖାଯାଉଛି ।

ବନ୍ୟା ଛାଡିବା ମାତ୍ରେ ନଳକୂପକୁ ସଫା କରାଯିବ । ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଣ୍ଟି ଭେନମ୍‌ କିଟ୍‌ ଅଧିକ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବନ୍ୟା ପ୍ରପୀଡ଼ିତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ତା ସହିତ ସୃଷ୍ଟି ହୋଇଥିବା ଘାଇ ଓ ଘଳିଆ ମରାମତି କରାଯାଉଥିବା ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details