ଓଡିଶା

odisha

ETV Bharat / city

ମୟୂରଭଞ୍ଜରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ - alive pangolin rescue

ସାତକୋଶିଆ-ନାଲଦା ରାସ୍ତାର ମହୁଲଦିଆ ନିକଟରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ବିକ୍ରି ଉଦ୍ଦେଶ୍ୟରେ ଅଣାଯାଇଥିବା ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି ଏସଟିଏଫ୍ । ଅଧିକ ପଢନ୍ତୁ

ମୟୂରଭଞ୍ଜରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର
ମୟୂରଭଞ୍ଜରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

By

Published : Nov 25, 2021, 9:46 PM IST

ଭୁବନେଶ୍ବର: ସାତକୋଶିଆ-ନାଲଦା ରାସ୍ତାର ମହୁଲଦିଆ ନିକଟରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ବିକ୍ରି ଉଦ୍ଦେଶ୍ୟରେ ଅଣାଯାଇଥିବା ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି ଏସଟିଏଫ୍ । ଏଥିରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ମୟୂରଭଞ୍ଜ ଜିଲ୍ଲା ସାତକୋଶିଆ ରେଞ୍ଜ ଅଧିକାରୀଙ୍କ ସହଯୋଗରେ ଏସଟିଏଫ୍ ଚଢ଼ାଉ କରି ବଜ୍ରକାପ୍ତା ଉଦ୍ଧାର କରିଛି ।

ମୟୂରଭଞ୍ଜରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ବ୍ୟବସାୟୀ ଜଣଙ୍କ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ନୀଳମଣି ଦେହୁରୀ । ଉଦ୍ଧାର ବଜ୍ରକାପ୍ତାକୁ କରଞ୍ଜିଆ ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି । ସେପଟେ ୨୦୨୦ ଠାରୁ ୨୧ଟି କଲରାପତରିଆ ବାଘ ଛାଲ, ୧୧ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୮ଟି ଜୀବନ୍ତ ବଜ୍ରକାପ୍ତା, ୧୫ କେଜି ବଜ୍ରକାପ୍ତା କାତି ଜବତ ହୋଇଛି । ୪୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏସଟିଏଫ ଏସପି ଟି.ଆର ପଟେଲ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details