ଭୁବନେଶ୍ବର :ଆଉ ଦିନ କେଇଟା ପରେ ସାରା ଦେଶ ପାଳିବ ୭୩ତମ ସାଧାରଣତନ୍ତ୍ର ଦିବସ । ଏନେଇ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ପରେଡ ରିହରସଲ ହୋଇଛି । କୋଭିଡ କଟକଣା ଭିତରେ ରାଜ୍ୟସ୍ତରୀୟ ସମାରୋହ ପାଇଁ ଅନୁମତି ମିଳିବା ପରେ ପରେଡ ରିହରସଲ ହୋଇଛି ।
ଚଳିତ ବର୍ଷ ପରେଡରେ ମାତ୍ର ୧୧ଟି ୟୁନିଫର୍ମଡ ଟ୍ରୁପ ଅଂଶଗ୍ରହଣ କରିବେ। ସିଆରପିଏଫ(CRPF) , ବିଏସଏଫ(BSF), ଏସଓଜି(SOG), ଅଗ୍ନିଶମ ଟ୍ରୁଫ , ରାଜ୍ୟ ବ୍ରାସବ୍ୟାଣ୍ଡର ଦୁଇଟି ଟିମ୍, ଅଗ୍ନିଶମ ଓ ଓଡ୍ରାଫର ଗୋଟିଏ ଲେଖାଏଁ ବ୍ୟାଣ୍ଡ, ଏସଏସ ବାଟାଲିୟନ, ଓଏସଏପି, ସ୍ପେଶାଲ ଇଣ୍ଡିଆନ୍ ରିଜର୍ଭ ବାଟାଲିୟନର ଟ୍ରୁପ ଚଳିତ ବର୍ଷ ରାଜ୍ୟସ୍ତରୀୟ ପରେଡ଼ରେ ଭାଗ ନେଇଛନ୍ତି । ଏଥର ସର୍ବସାଧାରଣଙ୍କୁ ପରେଡରେ ଅଂଶଗ୍ରହଣ କରିବାକୁ ଅନୁମତି ନାହିଁ ।
କେବଳ ନିମନ୍ତ୍ରିତ ଅତିଥିମାନେ ଯୋଗଦେବେ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ। ସମ୍ମାନୀତ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।