ଓଡିଶା

odisha

ETV Bharat / city

ଲକଡାଉନ କଟକଣା: ଖୋଲିବ ଗାଡି ମରାମତି, ଟାୟାର ଓ ବ୍ୟାଟେରୀ ଦୋକାନ - ଖୋଲିବ ଗାଡି ମରାମତି, ଟାୟାର ଓ ବ୍ୟାଟେରୀ ଦୋକାନ

ଗାଡି ମରାମତି, ଟାୟାର ଦୋକାନ, ବ୍ୟାଟେରୀ ଦୋକାନ ଖୋଲିବା ନେଇ ଆସିଛି ଗାଇଡ୍ ଲାଇନ । ହଟସ୍ପଟ ଜିଲ୍ଲା ଗୁଡିକରେ ଏସବୁ ଦୋକାନ ଖୋଲିବ ନାହିଁ। ଅଧିକ ପଢନ୍ତୁ...

repairing  shop will open in state except hotspot area
ଖୋଲିବ ଗାଡି ମରାମତି, ଟାୟାର ଓ ବ୍ୟାଟେରୀ ଦୋକାନ

By

Published : Apr 22, 2020, 12:12 AM IST

ଭୁବନେଶ୍ବର: ସରକାର ସାନି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ବିଶେଷ କରି ଗାଡି ମରାମତି, ଟାୟାର ଦୋକାନ, ବ୍ୟାଟେରୀ ଦୋକାନ ଖୋଲିବା ନେଇ ଆସିଛି ଗାଇଡ ଲାଇନ। ହଟସ୍ପଟ ଜିଲ୍ଲା ଗୁଡିକରେ ଏସବୁ ଦୋକାନ ଖୋଲିବ ନାହିଁ। ହେଲେ ନନ ହଟସ୍ପଟ ଜିଲ୍ଲା ଗୁଡିକରେ ଖୋଲିବା ନେଇ କିଛି ପ୍ରତିବନ୍ଧକ ନାହିଁ । ତେବେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଜିଲ୍ଲାପାଳ ଓ ମୁନିସିପାଲିଟି କମିଶନର ଚାହିଁଲେ ଏହି ନିଷ୍ପତ୍ତି ବଦଳାଇ ପାରିବେ ।

ଏକ ସମୟରେ 5ରୁ ଅଧିକ ଦୋକାନ ଖୋଲା ରହିବ ନାହିଁ। ଜାତୀୟ ରାଜପଥ ପାର୍ଶ୍ଵରେ ଢ଼ାବା ଖୋଲିବ ହେଲେ କେବଳ ପାର୍ସଲ ପାଇଁ ଖୋଲିବ। କେହି ବସି ଖାଇ ପାରିବେ ନାହିଁ। ସେହିପରି ଶ୍ରମିକଙ୍କ ଯିବାଆସିବା ଉପରେ ନିର୍ଦ୍ଦେଶାବଳୀ ଜାରି ହୋଇଛି।

ଖୋଲିବ ଗାଡି ମରାମତି, ଟାୟାର ଓ ବ୍ୟାଟେରୀ ଦୋକାନ

ପରିଚୟ ପତ୍ର ଦେଖାଇ ଶ୍ରମିକ ମାନେ ଯାତାୟାତ କରିପାରିବେ । ଯେଉଁମାନେ ଚାଲିକି କିମ୍ବା ସାଇକେଲ ଯୋଗେ ଯିବେ ତାଙ୍କୁ ଅନୁମତି ମିଳିବ । ତେବେ ଦୂର ବାଟରୁ ଆସୁଥିବା ଶ୍ରମିକଙ୍କ ପାଇଁ ଗାଡି ବ୍ୟବସ୍ଥା କରିପାରିବେ ନିର୍ମାଣ ସଂସ୍ଥା । ହେଲେ କ୍ଷମତାର ମାତ୍ର 40 ପ୍ରତିଶତ ସିଟରେ ବସିବା ବ୍ୟବସ୍ଥା ହେବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details