ଓଡିଶା

odisha

ETV Bharat / city

ଖୋଲିଲା ସ୍କୁଲ, କ୍ଲାସରୁମରେ ପାଠ ପଢିଲେ ନବମ ଶ୍ରେଣୀ ଛାତ୍ରଛାତ୍ରୀ

ଆଜିଠାରୁ କ୍ଲାସରେ ବସି ପାଠ ପଢିଲେ ନବମ ଶ୍ରେଣୀ ଛାତ୍ରଛାତ୍ରୀ । କୋରୋନା କଟକଣା ମଧ୍ୟରେ ଚାଲିବ କ୍ଲାସ । ଅଧିକ ପଢନ୍ତୁ...

By

Published : Aug 16, 2021, 9:51 AM IST

ଆଜିଠୁ ଖୋଲିବ ନବମ କ୍ଲାସ
ଆଜିଠୁ ଖୋଲିବ ନବମ କ୍ଲାସ

ଭୁବନେଶ୍ବର: ଆଜିଠାରୁ କ୍ଲାସରେ ବସି ପାଠ ପଢିଲେ ନବମ ଶ୍ରେଣୀ ଛାତ୍ରଛାତ୍ରୀ । ଏନେଇ ଅଭିଭାବକଙ୍କ ଅନୁମତି ନେଇ ସ୍କୁଲ ଆସିଛନ୍ତି ଛାତ୍ରଛାତ୍ରୀ । ମହାମାରୀ ସମୟରେ କୋଭିଡ କଟକଣା ମଧ୍ୟରେ ଖୋଲା ଯାଇଛି ସ୍କୁଲ। ମାସ୍କ ଓ ସାନିଟାଇଜ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରି ଛାତ୍ରଛାତ୍ରୀ ମାନେ କ୍ଳାସରେ ବସିବେ।

ତେବେ ନବମ ଶ୍ରେଣୀ କ୍ଳାସ ସକାଳ 9 ଟା ରୁ 12 ଟା 30 ପର୍ଯ୍ୟନ୍ତ ହେବ । ଦଶମ ଶ୍ରେଣୀ କ୍ଳାସ 10ଟା ରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ କ୍ଳାସ ଚାଲିବ । ତେବେ ଦଶମ ଓ ନବମ ଶ୍ରେଣୀ ପିଲାଙ୍କ ପାଇଁ ଅଲଗା ଅଲଗା କ୍ଳାସ ରୁମର ବ୍ୟବସ୍ଥା କରାଯାଇଛି । ଯେଉଁ ପିଲାମାନଙ୍କ ଠାରେ କୋରୋନାର କୌଣସି ଲକ୍ଷଣ ଦେଖାଯିବ । ତେବେ ସେମାନଙ୍କୁ ଆଇସୋଲେସନରେ ରଖାଯିବା ପାଇଁ ବ୍ୟବସ୍ଥା ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details