ଓଡିଶା

odisha

ETV Bharat / city

ବିଶିଷ୍ଠ ସାମ୍ବାଦିକ ଅଭୟ ସିଂହଙ୍କ ସ୍ମୃତିସଭା - journalist Abhay Singh death

ଓଡ଼ିଆ ପତ୍ରକାରିତା ଓ ପତ୍ରିକା ଜଗତର ଜଣେ ପ୍ରସିଦ୍ଧ ସାମ୍ବାଦିକ ତଥା ସମ୍ପାଦକ ଅଭୟ ସିଂହଙ୍କ ସ୍ମୃତିସଭା ଅନୁଷ୍ଠିତ । ଅଧିକ ପଢନ୍ତୁ...

ବିଷିଷ୍ଠ ସାମ୍ବାଦିକ ଅଭୟ ସିଂହଙ୍କ ସ୍ମୃତ୍ତି ସଭା
ବିଷିଷ୍ଠ ସାମ୍ବାଦିକ ଅଭୟ ସିଂହଙ୍କ ସ୍ମୃତ୍ତି ସଭା

By

Published : Feb 21, 2021, 10:42 PM IST

Updated : Feb 21, 2021, 10:59 PM IST

ଭୁବନେଶ୍ବର: ଓଡ଼ିଆ ପତ୍ରକରିତା ଓ ପତ୍ରିକା ଜଗତର ଜଣେ ପ୍ରସିଦ୍ଧ ସାମ୍ବାଦିକ ତଥା ସମ୍ପାଦକ ଅଭୟ ସିଂହଙ୍କ ନିକଟରେ ଦେହାନ୍ତ ହୋଇଛି। ଜଣେ ଭଲ ସ୍ତମ୍ଭକାର ଓ ସାମ୍ବାଦିକ ହୋଇ ଓଡ଼ିଆ ପାଠକଙ୍କ ନିକଟରେ ଆଦୃତି ଲାଭ କରିଥିବା ଏହି ବ୍ୟକ୍ତି ତାଙ୍କ ର ଶେଷ ଜୀବନ ଜରାଶ୍ରମରେ ଅପରିଚିତ ଭାବେ କାଟି ଇହ ଜଗତରୁ ବିଦାୟ ନେଇଛନ୍ତି।

ବିଶିଷ୍ଠ ସାମ୍ବାଦିକ ଅଭୟ ସିଂହଙ୍କ ସ୍ମୃତିସଭା

ତାଙ୍କ ଆତ୍ମାର ସଦଗତି କାମନା କରି ରାଜ କିଶୋର ନାୟକ ନ୍ୟାସନାଲ ଫାଉଣ୍ଡେସନ ତରଫରୁ ତାଙ୍କର ଆଜି ଏକ ସ୍ମୃତି ସଭା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନ ପରିସରରେ ଆୟୋଜିତ ହୋଇ ଯାଇଛି। ଯେଉଁଥିରେ ଏହି କ୍ଷେତ୍ର ସହିତ ଜଡିତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ଯୋଗଦାନ କରି ତାଙ୍କ ଅମ୍ଳାନ ସ୍ମୃତିଚାରଣ କରିଥିବା ଦେଖିବାକୁ ମିଳିଛି ।

ଏହା ସହିତ ଆଗାମୀ ଦିନରେ ତାଙ୍କ ବିଷୟରେ ପରିଚିତ କରାଯିବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ ନିଜର ମତ ପ୍ରଦାନ କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Feb 21, 2021, 10:59 PM IST

ABOUT THE AUTHOR

...view details