ଭୁବନେଶ୍ବର:ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ 27 ଟି ଜିଲ୍ଲାରେ ଭୋଟ ଗ୍ରହଣ ହେବ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି କୋଭିଡ଼ କଟକଣା କୋହଳ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର ସାହୁ ।
ନିର୍ବାଚନ ଆୟୋଗଙ୍କ ସଚିବଙ୍କ ସୂଚନା ଅନୁସାରେ, ତୃତୀୟ ପର୍ଯ୍ୟାୟରେ ଝାରସୁଗୁଡ଼ା, ବୌଦ୍ଧ ଓ ଦେବଗଡ଼ରେ ସରିଛି ନିର୍ବାଚନ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସହ ଢେଙ୍କାନାଳ ଓ ଅନୁଗୋଳରେ ନିର୍ବାଚନ ଶେଷ ହେବ । ଭଦ୍ରକ ଏବଂ ରାୟଗଡ଼ା ଜିଲ୍ଲାରେ ପୋଲିଂ ନେଇ ପ୍ରସ୍ତାବ ଆସିଛି । ଯାଜପୁରର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା । ସେଠାରୁ ରି-ପୋଲିଂ ନେଇ ପ୍ରସ୍ତାବ ଆଜି ସୁଦ୍ଧା ଆସିଯିବ ।