ଓଡିଶା

odisha

By

Published : Nov 2, 2021, 5:36 PM IST

ETV Bharat / city

କୋଭିଡରେ ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ସହାୟତା, ଆସନ୍ତା ୩ ରୁ ଆବେଦନ

କୋଭିଡ ମୃତ୍ୟୁ ସହାୟତା ପାଇଁ ପ୍ରସ୍ତୁତ ହେଲା କମିଟି । ଜିଲ୍ଲାପାଳଙ୍କ ଅଫିସରେ ହେବ ଆବେଦନ । ଆସନ୍ତା ୩ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ । ଅଧିକ ପଢନ୍ତୁ..

କୋଭିଡରେ ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ସହାୟତା, ଆସନ୍ତା ୩ ରୁ ଆବେଦନ
କୋଭିଡରେ ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ସହାୟତା, ଆସନ୍ତା ୩ ରୁ ଆବେଦନ

ଭୁବନେଶ୍ବର: କୋଭିଡ ମୃତ୍ୟୁ ସହାୟତା ପାଇଁ ପ୍ରସ୍ତୁତ ହେଲା କମିଟି । ଜିଲ୍ଲାପାଳଙ୍କ ଅଫିସରେ ହେବ ଆବେଦନ । ମାସକ ମଧ୍ୟରେ ମିଳିବ ସହାୟତା ରାଶି । ଆବେଦନକାରୀଙ୍କ ଖାତାକୁ ଯିବ ଟଙ୍କା ।

କୋଭିଡରେ ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ସହାୟତା, ଆସନ୍ତା ୩ ରୁ ଆବେଦନ
କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କୁ 50 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏହାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆସନ୍ତା 3 ଠାରୁ ମୃତକଙ୍କ ନିକଟତର ସମ୍ପର୍କୀୟ ଏଥିପାଇଁ ଅନଲାଇନ୍ କିମ୍ବା ଅଫଲାଇନ୍‌ରେ ଆବେଦନ କରିପାରିବେ । ଆବେଦନର 30 ଦିନ ମଧ୍ୟରେ ମୃତକଙ୍କ ସମ୍ପର୍କୀୟଙ୍କୁ ସାର୍ଟିଫିକେଟ ସହିତ ସହାୟତା ରାଶି ପ୍ରଦାନ କରାଯିବ । କାଗଜପତ୍ରର ଯାଞ୍ଚ ସହିତ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ଚିହ୍ନଟ ପାଇଁ ଏହାକୁ ସ୍ଥାନୀୟ ତହସିଲଦାରଙ୍କୁ ପଠାଯିବ । ସ୍ଥାନୀୟ ଆରଆଇଙ୍କ ଜରିଆରେ ତହସିଲଦାର ବ୍ୟକ୍ତିଗତ ଭାବେ ମୃତକଙ୍କ ସମ୍ପର୍କୀୟଙ୍କୁ ଚିହ୍ନଟ କରିବା ସହିତ ବ୍ୟାଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ସଂଗ୍ରହ କରିବେ । ଏହାପରେ ଜିଲ୍ଲାପାଳ ସହାୟତା ରାଶି ମଞ୍ଜୁର କରିବେ । ଏଥିପାଇଁ ଜିଲ୍ଲାସ୍ତରରେ ଜଣେ ନୋଡାଲ ଅଧିକାରୀ ରହିବେ ।


ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ମୃତ୍ୟୁ ସାର୍ଟିଫିକେଟ ରହିଛି । ଯେଉଁମାନଙ୍କ ପାଖରେ ସାର୍ଟିଫିକେଟ ଅଛି ସେମାନେ ଜିଲ୍ଲାସ୍ତରରେ ସହାୟତା ରାଶି ପାଇଁ ଆବେଦନ କରିପାରିବେ । ଯେଉଁମାନଙ୍କ ସାର୍ଟିଫିକେଟରେ କୌଣସି ଅସୁବିଧା ରହିଛି ବୋଲି ଭାବୁଛନ୍ତି ସେମାନେ ମୃତ୍ୟୁର କାରଣ ସହ ଏକମତ ନୁହେଁ ସେମାନେ 'ଗ୍ରୀଭାନ୍ସ' କମିଟିରେ ଅପିଲ କରିପାରିବେ । ଯଦି ଜଣେ ଅପିଲ କରୁଛି ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କୁ 30 ଦିନ ମଧ୍ୟରେ ଆର୍ଥିକ ସହାୟତା ଦିଆଯିବ । ସୁପ୍ରିମକୋର୍ଟ ଏସଆରସିଙ୍କ ଗାଇଡ ଲାଇନ ଅନୁସାରେ ଜିଲ୍ଲାସ୍ତରରେ ଏଭଳି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି । ଏହା ଅଗାକୁ ଠିକ ଭାବରେ କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।


ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details