ଭୁବନେଶ୍ବର: ସ୍ମାର୍ଟସିଟିରେ କୋରୋନା ଦ୍ରୁତ ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ଜାରି ରହିଛି ଉଦ୍ୟମ । ଗୁରୁବାର ବାପୁଜୀ ନଗର ବ୍ୟବସାୟିକ ହବରେ ବିଏମସି ପକ୍ଷରୁ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଏମସି ପକ୍ଷରୁ ମାର୍କେଟ ଅଞ୍ଚଳରେ ସାଧାରଣ ଲୋକେ ସାମାଜିକ ଦୂରତ୍ବ ବଜ଼ାୟ ରଖିବା,ପ୍ରତ୍ୟେକ ବ୍ୟବସାୟୀ ଓ ଗରାଖ ମାସ୍କ ପିନ୍ଧିବା,ସ୍ବଚ୍ଛତା ଅବଲମ୍ବନ କରିବା ନେଇ ଉଭୟ ବିଏମସି ଓ ବ୍ୟବସାୟୀମାନେ ଆଲୋଚନା କରିଛନ୍ତି। ବାପୁଜୀ ନଗର ମାର୍କେଟର ପ୍ରାୟ ୧୦୦ ରୁ ଅଧିକ ବ୍ୟବସାୟୀ ଓ ବିଏମସି ମଧ୍ୟରେ କୋରୋନା ସଚେତନତା ନେଇ ଆଲୋଚନା ହୋଇଥିଲା।
BMC ପକ୍ଷରୁ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ - ଭୁବନେଶ୍ବର ଖବର
ବିଏମସି ପକ୍ଷରୁ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ । କୋରୋନାରେ ରୋକ ଲଗାଇବା ପାଇଁ ବ୍ୟବସାୟୀ ଓ ବିଏମସି ପକ୍ଷରୁ ହେଲା ଆଲୋଚନା । ଅଧିକ ପଢନ୍ତୁ....
ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ବରରେ କିଭଳି ସଂକ୍ରମଣ ହ୍ରାସ ପାଇବ ସେ ନେଇ ପ୍ରତ୍ୟେକ ବ୍ୟବସାୟିକ ପ୍ରତିଷ୍ଠାନ ଓ ସାଧାରଣ ଜନତା ନିଜେ ନିଜର ଦାୟିତ୍ବ ନିର୍ବାହ କରିବେ ସେନେଇ ଗୁରୁତ୍ବ ଦିଆଯାଇଛି। ବିଏମସି ନର୍ଥ ଇଷ୍ଟ ଜୋନ ଜୋନାଲ କମିଶନରଙ୍କ ତତ୍ତ୍ବାବଧାନରେ ଦୋକାନୀ ମାନଙ୍କୁ କୋରୋନା ସଚେତନତା ବାର୍ତ୍ତା ଦିଆଯାଇଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ