ଓଡିଶା

odisha

ETV Bharat / city

'ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ସୁସମ୍ପର୍କ ଆବଶ୍ୟକ' - ଡ଼ାକ୍ତର ଓ ରୋଗୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଆବଶ୍ୟକ

ଡ଼ାକ୍ତର ଓ ରୋଗୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିବା ଆବଶ୍ୟକ। ଏସିବି ମେଡିକାଲ ଛାତ୍ର ସଂସଦର ଏକ ବର୍ଷ ପୂର୍ତ୍ତି ଅବସରରେ ଯୋଗ ଦେଇ ଏପରି ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଅଧିକ ଖବର ପଢନ୍ତୁ...

'ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ସମ୍ପର୍କ ମଜଭୁତ ହେବା ଆବଶ୍ୟକ'

By

Published : Oct 23, 2019, 11:46 PM IST

କଟକ: ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିବା ଆବଶ୍ୟକ । ଯାହା ରୋଗକୁ ଖୁବ ଶୀଘ୍ର ଭଲ କରିବ । ତେବେ ଆଜିକାଲି କିଛି ମେଡିକାଲରେ ଏହି ସମ୍ପର୍କରେ ବିଷାଦ ଭାବ ଆସିବା ଦୃଷ୍ଟି ଗୋଚର ହେଉଛି । ଯାହା ଅନୁଚିତ ।

'ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ସମ୍ପର୍କ ମଜଭୁତ ହେବା ଆବଶ୍ୟକ'

ତେବେ ଏସିବି ମେଡିକାଲରେ ଏହି ସମ୍ପର୍କ ବେଶ ମଜଭୁତ ରହିଛି ବୋଲି କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ । ଆଜି(ବୁଧବାର) ଏସିବି ମେଡିକାଲ ଛାତ୍ର ସଂସଦର ଏକ ବର୍ଷ ପୂର୍ତ୍ତି ଅବସରରେ ଏପରି ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଏସିବି ମେଡିକାଲର ପାଠ ଗୃହଠୁ ଆରମ୍ଭ କରି ବାର୍ଷିକ ପତ୍ରିକା ପର୍ଯ୍ୟନ୍ତ ଉନ୍ମୋଚନ କରିଥିଲେ ମନ୍ତ୍ରୀ ନବ ଦାସ । ତେବେ ସ୍ବାସ୍ଥ୍ୟ ଭଲ ହେବା ପାଇଁ ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ବେଶ ଆବଶ୍ୟକ ବୋଲି କହିଥିଲେ ମନ୍ତ୍ରୀ ।


କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details