ଭୁବନେଶ୍ବର:ମେ 1ରୁ ଦେଶବ୍ୟାପୀ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବ । ଏ ନେଇ କାଲିଠାରୁ ରାଜ୍ୟରେ ଟିକା ପାଇଁ ନାମ ପଞ୍ଜୀକରଣ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ଟୀକା ଆସିଲେ ତୃତୀୟ ପର୍ଯ୍ୟାୟ ଟୀକାକରଣ ହେବ । ଆସନ୍ତାକାଲିଠାରୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ପଞ୍ଜୀକରଣ ଆରମ୍ଭ ହେବ । କୋ ଇନ ଆପକୁ ଯାଇ ନାମ ପଞ୍ଜୀକରଣ କରିବେ ଆବେଦନକାରୀ । ଏହି ପର୍ଯ୍ୟାୟରେ ସାଧାରଣ ଭାବରେ 18 ବର୍ଷରୁ 44 ବର୍ଷ ବୟସର ବ୍ୟକ୍ତିମାନେ ଟୀକାକରଣ କରିପାରିବେ । ବର୍ତ୍ତମାନ ସ୍ଲଟ କରାଯାଇ ନାହିଁ । ପରବର୍ତ୍ତୀ ସମୟରେ ଟିକା ଆସିଲେ ସ୍ଲଟ ବୁକ କରିବାକୁ ସୂଚନା ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।