ଓଡିଶା

odisha

ETV Bharat / city

ଖରିଫ ଧାନ ବିକ୍ରି ପାଇଁ ପଞ୍ଜିକରଣ ଅଗଷ୍ଟ ୨୨ ପର୍ଯ୍ୟନ୍ତ ବୃଦ୍ଧି

ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଚଳିତ ମାସ ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଏହା ସହ ସମିତି ମାନଙ୍କ ଦ୍ୱାରା ଫର୍ମ ଡିଜିଟାଇଜେସନ ଅବଧି ଅଗଷ୍ଟ ୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଅଧିକ ପଢନ୍ତୁ

By

Published : Aug 16, 2022, 10:24 PM IST

ଖରିଫ ଧାନ ବିକ୍ରି ପାଇଁ ପଞ୍ଜିକରଣ ଅଗଷ୍ଟ ୨୨ ପର୍ଯ୍ୟନ୍ତ ବୃଦ୍ଧି
ଖରିଫ ଧାନ ବିକ୍ରି ପାଇଁ ପଞ୍ଜିକରଣ ଅଗଷ୍ଟ ୨୨ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ବର: ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଚଳିତ ମାସ ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଏହା ସହ ସମିତି ମାନଙ୍କ ଦ୍ୱାରା ଫର୍ମ ଡିଜିଟାଇଜେସନ ଅବଧି ଅଗଷ୍ଟ ୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଏନେଇ ଚିଠି ଲେଖିଛନ୍ତି ।

ସବୁ ଜିଲ୍ଲାପାଳ ଓ ସମସ୍ତ ସମବାୟ ନିବନ୍ଧକ ମାନଙ୍କୁ ଏନେଇ ଅବଗତ କରାଯାଇଛି । ଖରିଫ ଧାନ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଗତ ଜୁଲାଇ ମାସ ୧୫ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ମାସ ୧୬ ତାରିଖ ମଧ୍ୟରେ ଦାଖଲ ହେବାକୁ ଥିଲା । ବିଭିନ୍ନ ପରିସ୍ଥିତିକୁ ବିଚାରକୁ ନେଇ ବର୍ତମାନ ରାଜ୍ୟ ସରକାର ଏହାକୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି । ଏଣୁ ଚାଷୀମାନେ ସେମାନଙ୍କର ନିକଟସ୍ଥ ଅନୁମୋଦିତ କୃଷି ସମବାୟ ସମିତି ଯଥା ପାକ୍ସ, ଲାମ୍ପ୍ସ, ମହିଳା ସ୍ୱୟଂସହାୟକ ଗୋଷ୍ଠି ଓ ପାଣି ପଚାଂୟତରେ ଉକ୍ତ ଅବଧି ମଧ୍ୟରେ ପଞ୍ଜୁକୃତ କରାଇବା ପାଇଁ କୁହାଯାଇଛି ।

ଏନେଇ ଖାଦଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ରାଜ୍ୟର ସମସ୍ତ ସମବାୟ ନିବନ୍ଧକ ଏବଂ ଜିଲ୍ଲାପାଳ ମାନଙ୍କୁ ଅବଗତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ABOUT THE AUTHOR

...view details