ଭୁବନେଶ୍ବର:ସରକାରୀ କଲେଜ ଅଧ୍ୟାପକଙ୍କ ପରି ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକଙ୍କ ଲାଗି ଅନ୍ଲାଇନ୍ରେ ରିଫ୍ରେସର୍ କୋର୍ସ । ଏହି କୋର୍ସରେ ଅଧ୍ୟାପକମାନେ ଭାଗ ନେଇପାରିବେ । ଇଚ୍ଛୁକ ବ୍ୟକ୍ତି ଆସନ୍ତା 30 ତାରିଖ ସୁଦ୍ଧା ପଞ୍ଜୀକରଣ କରିପାରିବେ । ପଞ୍ଜିକରଣ ପାଇଁ କୌଣସି ଫି ଦେବାକୁ ପଡିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
https:// hrdc.unipune.ac.in ୱେବସାଇଟ୍ ମାଧ୍ୟମରେ ପଞ୍ଜୀକରଣ କରିପାରିବେ । ଅନୁଦାନପ୍ରାପ୍ତ କଲେଜର ଅଧ୍ୟକ୍ଷମାନେ ଏ ଦିଗରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ସଚିବ ସମସ୍ତ କଲେଜକୁ ଚିଠି ଲେଖିଛନ୍ତି । ତେବେ କୌଣସି ରିଫ୍ରେସର କୋର୍ସ କରିନଥିବା ଅଧ୍ୟାପକଙ୍କୁ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ବିଭାଗୀୟ ମନୋନୟନ କ୍ଷେତ୍ରରେ ପ୍ରାଥମିକତା ଦିଆଯିବ । ଚଳିତ ମାସରୁ ଏହି କୋର୍ସ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି ।