ଭୁବନେଶ୍ବର:ବିଧାନସଭାରେ ଗୃହ ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ବୈଠକ। ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ ଅନୁପ୍ରବେଶ ରୋକିବା ପାଇଁ ରାଜ୍ୟ ସରକାର କଠୋର ହେଲେ କି ? ଅବାଧ ଅନୁପ୍ରବେଶ ରୋକିବା ପାଇଁ ସରକାର ନେବେ କଡା ପଦକ୍ଷେପ। ଗୁରୁବାର ବିଧାନସଭାର ଗୃହ ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ସୀମା ବର୍ତ୍ତୀ ଅଞ୍ଚଳରେ ନୂତନ ପୋଲିସ ଥାନା ଓ ଫାଣ୍ଡି ପ୍ରତିଷ୍ଠା କରିବା ନେଇ କମିଟି ପକ୍ଷରୁ ସୁପାରିସ କରାଯାଇଛି ।
ଜେଲ ସଂସ୍କାର ପାଇଁ ଗଠନ ହେବ ବୋର୍ଡ: ଗୃହ କମିଟି ସଦସ୍ୟ - ବିଧାନସଭା ଗୃହ କମିଟି
ବିଧାନସଭାରେ ଗୃହ ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ବୈଠକ । ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ ଅନୁପ୍ରବେଶ ରୋକିବା ପାଇଁ ରାଜ୍ୟ ସରକାର କଠୋର ହେଲେ କି ? ଅବାଧ ଅନୁପ୍ରବେଶ ରୋକିବା ପାଇଁ ସରକାର ନେବେ କଡା ପଦକ୍ଷେପ । ଅଧିକ ପଢନ୍ତୁ...
ଗୃହ କମିଟି ସଦସ୍ୟ
ଏଥିପାଇଁ ଗ୍ରାଉଣ୍ଡ ସର୍ଭେ କରାଯିବ ବୋଲି ସୂଚନା ଦେଇଛନ୍ତି ଗୃହ କମିଟିର ଅନ୍ୟତମ ସଦସ୍ୟ ତଥା ବିଜେଡି ବିଧାୟକ ଅନନ୍ତ ଦାଶ। ଏହା ସହିତ ରାଜ୍ୟରେ ଜେଲ ଗୁଡିକର ସଂସ୍କାର ହେବ । ଗଠନ ହେବ ବୋର୍ଡ । ତେଲେଙ୍ଗାନା ଢାଞ୍ଚାରେ ବୋର୍ଡ ଗଠନ କରିବାକୁ ସୁପାରିସ କରିଛି କମିଟି । ଜେଲରେ କଏଦୀ ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଲଗାଯାଇ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯିବ ବୋଲି କହିଛନ୍ତି ଅନନ୍ତ ଦାସ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ