ଓଡିଶା

odisha

By

Published : Mar 22, 2020, 3:25 AM IST

ETV Bharat / city

ଅନ୍ତର୍ଜାତୀୟ ବଜାରରେ କମିଲା ତୈଳ ଦର, କେବେ କମିବ ଦେଶରେ ଦାମ୍

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପ୍ରତି 27 ଡଲାରକୁ ଖସି ଆସି ଆସିଲାଣି । ହେଲେ ସେହି ଅନୁପାତରେ ତେଲ ଦର କମୁ ନାହିଁ । ଅଧିକ ପଢନ୍ତୁ...

ଅନ୍ତର୍ଜାତୀୟ ବଜାରରେ କମିଲା ତୈଳ ଦର, କେବେ କମିବ ଦେଶରେ ଦାମ୍
ଅନ୍ତର୍ଜାତୀୟ ବଜାରରେ କମିଲା ତୈଳ ଦର, କେବେ କମିବ ଦେଶରେ ଦାମ୍

ଭୁବନେଶ୍ବର: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପ୍ରତି 27 ଡଲାରକୁ ଖସି ଆସି ଆସିଲାଣି । ଏହା ଆଗକୁ ଆହୁରି କମିବାର ସମ୍ଭାବନା ମଧ୍ୟ ରହିଛି । ହେଲେ ସେହି ଅନୁପାତରେ ତେଲ ଦର କମୁ ନାହିଁ । ଉଭୟ ପେଟ୍ରୋଲ ଓ ଡିଜେଲ ଦର ନିୟନ୍ତ୍ରଣ ସରକାରଙ୍କ ହାତରେ ନାହିଁ । ତେବେ ଦର ନକମିବାକୁ ନେଇ ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି ।

ଅନ୍ତର୍ଜାତୀୟ ବଜାରରେ କମିଲା ତୈଳ ଦର, କେବେ କମିବ ଦେଶରେ ଦାମ୍

ଏହାରି ଭିତରେ କେନ୍ଦ୍ର ସରକାର ଉଭୟ ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ଉତ୍ପାଦନ ଶୁଳ୍କ 3 ଟଙ୍କା ବୃଦ୍ଧି କରିଛନ୍ତି । ଏହାର ଫାଇଦା ସରକାର ଉଠିଥିବା ବେଳେ ସାଧାରଣ ଲୋକଙ୍କ ହାତଖାଲି। ବର୍ଷର ପ୍ରାରମ୍ଭରେ ଅଶୋଧିତ ତୈଳ ଦର ବ୍ୟାରେଲ ପ୍ରତି ୬୭ ଡଲାର ରହିଥିଲା । ଏବେ ମାର୍ଚ୍ଚ ୨୧ ହିସାବରେ ଦେଖିବା ତେବେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୨୭ଡଲାର ରହିଛି।

ତେବେ ଭୟାବହ ମହାମାରୀର ରୂପ ନେଇଥିବା କୋରୋନା ଭାଇରସର ପ୍ରଭାବ ଅର୍ଥନୈତିକ ବଜାରରେ ଦେଖିବାକୁ ମିଳିଛି | ଏହାର ପ୍ରଭାବ ତୈଳ ବଜାରରେ ମଧ୍ୟ ଦେଖିବାକୁ ମିଳିଛି | ବୁଧବାର ଦିନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୧୮ ବର୍ଷ ପୂର୍ବ ସ୍ଥିତିକୁ ଆସିଯାଇଛି | ଯଦି ହିସାବ କରାଯାଏ ତେବେ ଅଶୋଧିତ ତୈଳ ଉପରେ ତୈଳ କମ୍ପାନୀର ଖର୍ଚ୍ଚ ତେବେ ପେଟ୍ରୋଲ ଲିଟର ପ୍ରତି ୧୩.୯୧ ଟଙ୍କା ଓ ଡିଜେଲ ଲିଟର ପ୍ରତି ୧୭.୫୫ ଟଙ୍କା ଖର୍ଚ୍ଚ ହେଉଛି ।

ସେହିପରି କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ଓ ରୋଡ଼ ସେସ ବାବଦକୁ ପେଟ୍ରୋଲ ଲିଟର ପ୍ରତି ୧୯.୯୮ ଟଙ୍କା ଓ ଡିଜେଲ ଲିଟର ପ୍ରତି ୧୫.୮୩ ଟଙ୍କା ନେଉଛନ୍ତି । ସେହିପରି ପେଟ୍ରୋଲ ପମ୍ପ ମାଲିକଙ୍କ କମିଶନ ଯଦି ଦେଖିବା ପେଟ୍ରୋଲ ଲିଟର ପ୍ରତି ୩.୫୫ ଟଙ୍କା ଓ ଡିଜେଲ ଲିଟର ପ୍ରତି ୨.୪୯ ଟଙ୍କା ରହିଛି । ରାଜ ସରକାର ଭାଟ୍ ବାବଦକୁ ପେଟ୍ରୋଲ ଲିଟର ପିଛା ୧୪.୯୧ ଟଙ୍କା ଓ ଡିଜେଲ ଲିଟର ପିଛା ୯.୨୩ ଟଙ୍କା ନେଉଛନ୍ତି । ଉଭୟ ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟି ପରିସର ଭୁକ୍ତ କରିବାକୁ ଦାବି ହେଲା ହେଲେ ନା ରାଜ୍ୟ କି କେନ୍ଦ୍ର କେହି ଆଗ୍ରହ ପ୍ରକାଶ କଲେ ନାହିଁ । ରାଜସ୍ବ ଲୋଭରେ ସାଧାରଣ ଖାଉଟି ଏବେ ହନ୍ତସନ୍ତ ହେଉଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details