ଓଡିଶା

odisha

By

Published : Aug 10, 2021, 10:41 AM IST

Updated : Aug 10, 2021, 2:03 PM IST

ETV Bharat / city

ରେଡ୍ ଆଲର୍ଟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, 10 ଦିନ ଯାଏଁ ସୁରକ୍ଷା ବ୍ୟବସ୍ଥା କଡାକଡି

କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଅଲ୍‌କାଏଦା ନୂଆଦିଲ୍ଲୀ ବିମାନବନ୍ଦରକୁ ଉଡ଼ାଇ ଦେବାକୁ ଧମକ ଦେବା ପରେ ଭୁବନେଶ୍ବର ବିମାନବନ୍ଦର ପାଇଁ ମଧ୍ୟ ରେଡ୍‌ ଆଲର୍ଟ ଜାରି କରାଯାଇଛି । ଅଧିକ ପଢନ୍ତୁ...

ଇନ୍ଦିରା ଗାନ୍ଧୀ ପରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ରେଡ୍ ଆର୍ଲଟ
ଇନ୍ଦିରା ଗାନ୍ଧୀ ପରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ରେଡ୍ ଆର୍ଲଟ

ଭୁବନେଶ୍ବର: ଦିଲ୍ଲୀ ଇନ୍ଦିରା ଗାନ୍ଧୀ ବିମାନବନ୍ଦର ପରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଗଲା । ଆଜି(ମଙ୍ଗଳବାର) ଠାରୁ 10 ଦିନ ପର୍ଯ୍ୟନ୍ତ ସୁରକ୍ଷା‌ ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦ୍ଦେଶ ।

ରେଡ୍ ଆଲର୍ଟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, 10 ଦିନ ଯାଏଁ ସୁରକ୍ଷା ବ୍ୟବସ୍ଥା କଡାକଡି
ତେବେ ଆଜିଠାରୁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସାଧାରଣତଃ ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ସମୟରେ ଆମକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ କୁହାଯାଏ । କିନ୍ତୁ ଏବେ ଏହାକୁ ବଢ଼ାଇ ଦିଆଯାଇଛି । ବିମାନବନ୍ଦର ଭିତରକୁ ଯାତ୍ରୀ ଓ କର୍ମଚାରୀଙ୍କ ବାଦ୍‌ ଅନ୍ୟ କୌଣସି ବ୍ୟକ୍ତି ପ୍ରବେଶ କରିପାରିବେ ନାହିଁ ବୋଲି ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି ।

ଭିଜିଟର୍‌ ପାସ୍ ଉପରେ ମଧ୍ୟ ରୋକ୍ ଲଗାଯାଇଛି । ଟର୍ମିନାଲ ନିକଟକୁ ଗାଡ଼ି ଯାଇପାରିବ ନାହିଁ, ଟର୍ମିନାଲ ଠାରୁ ଦୂରରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯିବ । ସେହିପରି ବିମାନବନ୍ଦରରେ ଦୁଇଗୁଣା ଅଧିକ ବନ୍ଧୁକଧାରୀ ଯବାନଙ୍କୁ ମୁତୟନ କରାଯିବ । ପ୍ରବେଶ ପଥକୁ ସିଲ୍‌ କରି କଡ଼ା ଚେକିଂ ହେବ । ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଏୟାରପୋର୍ଟ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Aug 10, 2021, 2:03 PM IST

ABOUT THE AUTHOR

...view details