ଓଡିଶା

odisha

ETV Bharat / city

କ୍ୟାନସରକୁ ମାତ ଦେଇ ସୁସ୍ଥ ହୋଇ ଘରକୁ ଫେରିଲା 3 ବର୍ଷର କୁନି ଝିଅ

କର୍କଟ ରୋଗରେ ପୀଡ଼ିତ ୩ ବର୍ଷୀୟା ଶିଶୁକନ୍ୟାର ଚିକିତ୍ସା ପାଇଁ ସହାୟତାର ହାତ ବଢାଇଛି ଓଡ଼ିଶା ମୋ ପରିବାର । ଅଧିକ ପଢନ୍ତୁ...

କ୍ୟାନସରକୁ ମାତ ଦେଇ ସୁସ୍ଥ ହୋଇ ଘରକୁ ଫେରିଲା 3 ବର୍ଷର କୁନି ଝିଅ
କ୍ୟାନସରକୁ ମାତ ଦେଇ ସୁସ୍ଥ ହୋଇ ଘରକୁ ଫେରିଲା 3 ବର୍ଷର କୁନି ଝିଅ

By

Published : Apr 30, 2021, 2:29 PM IST

ଭୁବନେଶ୍ବର: ଦୂରୋରୋଗ୍ୟ କ୍ୟାନସରକୁ ମାତ ଦେଲା 3 ବର୍ଷର କୁନି ଝିଅ । କର୍କଟ ରୋଗରେ ପୀଡ଼ିତ ୩ ବର୍ଷୀୟା ଶିଶୁକନ୍ୟାର ଚିକିତ୍ସା ପାଇଁ ସହାୟତାର ହାତ ବଢାଇଛି ଓଡ଼ିଶା ମୋ ପରିବାର । ଆକ୍ୟୁଟ ଲିକୋମିଆ କ୍ୟାନସର ରୋଗରେ ପୀଡ଼ିତ ଶିଶୁ କନ୍ୟା ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ବ୍ୟବସ୍ଥା ସହ ରକ୍ତ ଯୋଗାଇଥିଲା ଓଡ଼ିଶା ମୋ ପରିବାର।

ଚିକିତ୍ସା ପାଇଁ ଶିଶୁକନ୍ୟାକୁ ଏପ୍ରିଲ ୧୩ରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶିଶୁର ଚିକିତ୍ସା ଲାଗି ରକ୍ତର ବହୁଳ ଆବଶ୍ୟକତା ଥିଲା । ଏନେଇ ଶିଶୁର ବାପା ଏବଂ ମା ଓଡ଼ିଶା- ମୋ ପରିବାରର ହେଲ୍ପଡେସ୍କ ଅପରେଟର ଶିବ ପ୍ରସାଦ ରାଉତଙ୍କୁ ଯୋଗାଯୋଗ କରିଥିଲେ ।

ଓଡ଼ିଶା ମୋ ପରିବାର ଏନେଇ ରକ୍ତ ଯୋଗାଡ଼ କରିଥିଲେ । ଶିଶୁର ବାପା ହସ୍ପିଟାଲର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଅବଗତ ନଥିଲେ । ତେଣୁ ଓଡ଼ିଶା - ମୋ ପରିବାରର ହେଡ଼େଲ୍ସ ଅପରେଟର୍ ଶିବ ତାଙ୍କୁ ସମସ୍ତ ଚିକିତ୍ସାଜନିତ ସାହାଯ୍ୟ କରି ସମସ୍ତ ପ୍ରକାର ସହଯୋଗ କରିଥିଲେ ।

ଶିଶୁର ଚିକିତ୍ସା ଚାଲିଥିବା ସମୟରେ ଶିବ ପ୍ରସାଦ ନିୟମିତ ଅନୁସରଣ କରିବା ସହିତ ତାଙ୍କୁ ସମସ୍ତ ସହଯୋଗ କରିଥିଲେ । ଶିଶୁଟି ଆଜି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛି । ଓଡ଼ିଶା- ମୋ ପରିବାରର ଏହି ସହଯୋଗ ନିମନ୍ତେ ଶିଶୁର ବାପା ମାଆ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details