ଓଡିଶା

odisha

ETV Bharat / city

ରାଜ୍ୟରେ ରେକର୍ଡ ସଂଖ୍ୟକ ସୁସ୍ଥ, 70 ହଜାର ଡେଇଁଲା ଆରୋଗ୍ୟ ସଂଖ୍ୟା - ରେକର୍ଡ ସଂଖ୍ୟକ ସୁସ୍ଥ,

ଶନିବାର ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 70 ହଜାର ପାର ହୋଇଛି ସୁସ୍ଥ ସଂଖ୍ୟା। ସେହିପରି ଶନିବାର 2888 ଜଣ ସୁସ୍ଥ ହୋଇଛନ୍ତି। ଅଧିକ ପଢନ୍ତୁ..

ରାଜ୍ୟରେ ରେକର୍ଡ ସଂଖ୍ୟକ ସୁସ୍ଥ, 70 ହଜାର ଡେଇଁଲା ଆରୋଗ୍ୟ ସଂଖ୍ୟା
ରାଜ୍ୟରେ ରେକର୍ଡ ସଂଖ୍ୟକ ସୁସ୍ଥ, 70 ହଜାର ଡେଇଁଲା ଆରୋଗ୍ୟ ସଂଖ୍ୟା

By

Published : Aug 29, 2020, 9:37 PM IST

ଭୁବନେଶ୍ବର:ଶନିବାର ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 70 ହଜାର ପାର ହୋଇଛି ସୁସ୍ଥ ସଂଖ୍ୟା। ସେହିପରି ଶନିବାର 2888 ଜଣ ସୁସ୍ଥ ହୋଇଛନ୍ତି। ଯାହା 30 ଟି ଜିଲ୍ଲାରେ 2888 ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ସଂଖ୍ୟା 70714 ହୋଇଛି।

ରାୟଗଡାରେ 487 ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା ରେ 410, ଗଂଜାମ ରେ 217, କଟକରେ 189, ବଲାଙ୍ଗୀର ରେ 173, କୋରାପୁଟ ରେ 151, ମୟୁରଭଞ୍ଜ ରେ 144, ନୟାଗଡ ରେ 138, ପୁରୀ ରେ 134, ବାଲେଶ୍ୱରରେ 123, ସମ୍ବଲପୁର ରେ 117, ମାଲକଙ୍ଗିର ରେ 81, ସୁନ୍ଦରଗଡ ରେ 78, ନବରଙ୍ଗପୁର ରେ 56 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ଝରସୁଗୁଡ଼ା ରେ 55, ଭଦ୍ରକ ରେ 52, ବରଗଡ ରେ 51, ଜଗତସିଂହପୁର ରେ 35, ଢେଙ୍କାନଲ ରେ 34, କଳାହାଣ୍ଡି ରେ 33, ଗଜପତି ରେ 30, କେନ୍ଦୁଝରରେ 29, କନ୍ଧମାଳ ରେ 21, ସୋନପୁର ରେ 15, କେନ୍ଦ୍ରାପଡା ରେ 14, ବୌଦ୍ଧରେ 10, ଅନୁଗୁଳ ରେ 5 ଯାଜପୁର ରେ 5 ଓ ଦେଓଗଡ ରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ମୋଟ 70714 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details