ଓଡିଶା

odisha

ETV Bharat / city

ଅନୁଗୋଳ ସବୁଠୁ ଉତ୍ତପ୍ତ ସହର - ଅନୁଗୋଳ ସବୁଠୁ ଉତ୍ତପ୍ତ ସହର

ଅନୁଗୋଳରେ ସର୍ବାଧିକ ତାପମାତ୍ରା ସହ ରେକର୍ଡ ସୃଷ୍ଟି କରିଛି । ଦିନ ତାପମାତ୍ରା ସର୍ବାଧିକ 40.1 ଡିଗ୍ରୀ ରେକର୍ଡ ହୋଇଛି । ଅଧିକ ପଢନ୍ତୁ...

ଅନୁଗୋଳ ସବୁଠୁ ଉତ୍ତପ୍ତ ସହର
ଅନୁଗୋଳ ସବୁଠୁ ଉତ୍ତପ୍ତ ସହର

By

Published : Feb 28, 2021, 9:31 PM IST

ଭୁବନେଶ୍ୱର: ଅନୁଗୋଳରେ ସର୍ବାଧିକ ତାପମାତ୍ରା ସହ ରେକର୍ଡ ସୃଷ୍ଟି କରିଛି । ଦିନ ତାପମାତ୍ରା ସର୍ବାଧିକ 40.1 ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରରେ ତାପମାତ୍ରା 40 ଡିଗ୍ରୀ ରହିଥିଲା । ଆସନ୍ତା ୨୪ ଘଣ୍ଟା ଅର୍ଥାତ ସୋମବାର ମଧ୍ୟରେ ତାପମାତ୍ରା ବୃଦ୍ଧି ପାଇବ । ଆସନ୍ତା ୩, ୪ ଦିନ ମଧ୍ୟରେ ଦିନରେ ସ୍ୱାଭାବିକ ତାପମାତ୍ରା ୩ ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଉପକୂଳ କିଛି ସ୍ଥାନରେ ହାଲକା କୁହୁଡି ଦେଖା ଦେବାର ସମ୍ଭାବନା ରହିଛି ।

ରାଜଧାନୀ ସବୁଠୁ ଉତ୍ତପ୍ତ ସହର
ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ସର୍ବାଧିକ ୪୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ୧୧ ଟି ଷ୍ଟେସନରେ ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଛି । ଅନୁଗୁଳରେ ୩୮.୯, ବାରିପଦାରେ ୩୮.୬, କଟକରେ ୩୮.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।ଭୁବନେଶ୍ୱରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details