ଭୁବନେଶ୍ବର: ବିମୁଦ୍ରିକରଣ ତଥା ନୋଟ ବନ୍ଦୀକୁ ବିତିଛି 4 ବର୍ଷ । 2016 ନଭେମ୍ବର 8ରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ବିମୁଦ୍ରିକରଣ । 500 ଟଙ୍କିଆ ଏବଂ 1000 ଟଙ୍କିଆ ନୋଟକୁ ବଦଳାଇ ଦିଆଯାଇଥିଲା । ବଜାରକୁ ଆସିଥିଲା ନୂଆ 2000 ଟଙ୍କିଆ ନୋଟ ମଧ୍ୟ ।ଉଦେଶ୍ୟ ଥିଲା ଦେଶରୁ କଳା ଟଙ୍କା ବନ୍ଦ କରିବା ।
2016 ନଭେମ୍ବର 8ରେ ଏଟିଏମ ଆଗରେ ଲାଗିଥିଲା ଲମ୍ବା ଧାଡି । ନଗତ ଟଙ୍କା ପାଇବା ପାଇଁ ଜାରି ରହିଥିଲା ସଂଘର୍ଷ । ଏହା ଭିତରେ ବିମୁଦ୍ରିକରକୁ ବିତିଗଲାଣି 4 ବର୍ଷ । ଏହି ବିମୁଦ୍ରକରଣ ଦ୍ବାରା ଦୁର୍ନୀତି ଉପରେ ଲଗାମ ଲାଗିଥିବା ସରକାର ଦାବି କରୁଥିବା ବିଳେ ବିରୋଧି ଏହାକୁ ବିଫଳତା ବୋଲି ଦର୍ଶାଉଛନ୍ତି ।
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ ଦେଶରରେ ଅନେକ ଲୋକ ସରକାରଙ୍କର ଟିକସ ଫାଙ୍କୁଥିଲେ । କଳା କାରବାର ଉପାୟରେ ଅନେକ ଟଙ୍କା ସଂଗ୍ରହ କରି ରଖୁଥିଲେ । ତେବେ ଏହି ବିମୁଦ୍ରିକରଣକୁ ନେଇ କେନ୍ଦ୍ର ସରକାର ଏକ ସାହାସିକତା ପଦକ୍ଷପ ନେଇଥିଲେ । ହେଲେ ବିମୁଦ୍ରିକରଣ ଓ ଜିଏସ୍ଟିକୁ ନେଇ ଯେତେ ଯାହା କଲେ ବି କୌଣସି ଫଳ ମିଳିବ ନାହିଁ ହେବନାହିଁ । ଏହା ମାଧ୍ୟମରେ ବ୍ୟାଙ୍କକୁ ଅନେକ ଟଙ୍କା ଫେରିଆସିଛି । ସରକାର ବହୁ ମାତ୍ରାରେ ଟିକସ ପାଇଛନ୍ତି ଏହା ଦ୍ୱାରା ଦେଶ ଅନେକ ମାତ୍ରାରେ ଲାଭବାନ ହୋଇଛି ବୋଲି କହିଛନ୍ତି ପ୍ରତାପ ।