ଓଡିଶା

odisha

ETV Bharat / city

ମାସେ ପାଇଁ କୋହଳ ପ୍ରଦୂଷଣ ଚେକିଂ, 17ଟି ସ୍ଥାନରେ ଅନଲାଇନ ଡ୍ରାଇଭିଂ ପରୀକ୍ଷା - ଅନଲାଇନ ଡ୍ରାଇଭିଂ ପରୀକ୍ଷା

ବେଆଇନ ଫାଇନ କାଟୁଥିବାର ଅଧିକାରୀ ଏଥର ଫାଇନର ଦୁଇଗୁଣ ଅର୍ଥ ପ୍ରଦାନ କରିବେ। ଏହା ସହ ପ୍ରଦୂଷଣ ଚେକିଂ ନିୟମକୁ ମାସେ ପର୍ଯ୍ୟନ୍ତ କୋହଳ କରାଯାଇଛି ବୋଲି କହିଛନ୍ତି ସଡ଼କ ଓ ପରିବହନ ବିଭାଗ ସଚିବ ଜି.ଶ୍ରୀନିବାସ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 6, 2019, 4:36 PM IST

ଭୁବନେଶ୍ବର: ପୋଲିସ ଅଧିକାରୀ ବେଆଇନ ଫାଇନ କାଟୁଥିବାର ଯଦି ପ୍ରମାଣିତ ହୁଏ ତେବେ ଅଧିକାରୀ ଜଣକ ଫାଇନର ଦୁଇଗୁଣ ଅର୍ଥ ପ୍ରଦାନ କରିବେ । ଏପରିକି ଯଦି ଭୁଲବଶତ ଆପଣ ଘରେ ଗାଡିର ଆବଶ୍ୟକ କାଗଜ ପତ୍ର ଛାଡ଼ି ଆସିଛନ୍ତି ଓ ଆପଣଙ୍କଠାରୁ ଚାଲାଣ କଟାଯାଇଛି । ତାହେଲେ ପରବର୍ତ୍ତୀ ସମୟରେ ଆପଣ ଡକ୍ୟୁମେଣ୍ଟ ଦେଖାଇ ଫାଇନରୁ ବର୍ତ୍ତିପାରିବେ ବୋଲି ସଡ଼କ ଓ ପରିବହନ ବିଭାଗ ସଚିବ ଜି.ଶ୍ରୀନିବାସ କହିଛନ୍ତି । ଏହା ସହ ପ୍ରଦୂଷଣ ଚେକିଂ ନିୟମକୁ ମାସେ ପର୍ଯ୍ୟନ୍ତ କୋହଳ କରାଯାଇଛି ବୋଲି ସେ ଜଣାଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଓଡିଶାର 17ଟି ସ୍ଥାନରେ ଅନଲାଇନ ଡ୍ରାଇଭିଂ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି । ଖୁବ ଶୀଘ୍ର 30ଟି ଜିଲ୍ଲାରେ ଡ୍ରାଇଭିଙ୍ଗ ଟ୍ରାକ ପ୍ରସ୍ତୁତ କରାଯିବ । 17ଟି ସ୍ଥାନରେ ଅନଲାଇନ ଡ୍ରାଇଭିଂ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଆଗକୁ ବିଭିନ୍ନ ଜିଲ୍ଲାମାନଙ୍କରେ ଏହି ବ୍ୟବସ୍ଥା ଉପଲବ୍ଧ କରାଯିବ ବୋଲି ଶ୍ରୀନିବାସ ପ୍ରକାଶ କରିଛନ୍ତି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details