ଓଡିଶା

odisha

ETV Bharat / city

ରେଳ ବଜେଟ ଓଡିଶା ପାଇଁ ନୈରାଶ୍ୟ ଜନକ: ପରିବହନ ମନ୍ତ୍ରୀ

ରେଳ ବଜେଟକୁ ନେଇ କେନ୍ଦ୍ର ଉପରେ ଖପ୍ପା ରାଜ୍ୟ ସରକାର । 7 ହଜାର 200 କୋଟି ଟଙ୍କା ଦାବି ହୋଇଥିଲା ବେଳେ ମିଳିଛି କିନ୍ତୁ 5528 କୋଟି ଟଙ୍କା । ଯାହା ଓଡିଶା ପାଇଁ ନୈରାଶ୍ୟ ଜନକ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ରେଳ ବଜେଟ ଓଡିଶା ପାଇଁ ନୈରାଶ୍ୟ ଜନକ: ପରିବହନ ମନ୍ତ୍ରୀ
ରେଳ ବଜେଟ ଓଡିଶା ପାଇଁ ନୈରାଶ୍ୟ ଜନକ: ପରିବହନ ମନ୍ତ୍ରୀ

By

Published : Feb 4, 2021, 2:50 PM IST

Updated : Feb 4, 2021, 4:18 PM IST

ଭୁବନେଶ୍ବର:ରେଳ ବଜେଟକୁ ନେଇ କେନ୍ଦ୍ର ଉପରେ ଖପ୍ପା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ରାଜ୍ୟ ତରଫରୁ 7 ହଜାର 200 କୋଟି ଟଙ୍କା ଦାବି ହୋଇଥିଲା ବେଳେ ମିଳିଛି କିନ୍ତୁ 5528 କୋଟି ଟଙ୍କା । ସେଥିରୁ ପୁରୁଣା ଖୋର୍ଦ୍ଧା ବଲାଙ୍ଗୀର ପାଇଁ 500 କୋଟି ଟଙ୍କା ରହିଛି । ରେଳ ବଜେଟ ଆମ ପାଇଁ ସମ୍ପୂର୍ଣ୍ଣ ନୈରାଶ୍ୟ ଜନକ ବଜେଟ ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା

ରେଳ ବଜେଟ ଓଡିଶା ପାଇଁ ନୈରାଶ୍ୟ ଜନକ

ସୂଚନାଯୋଗ୍ୟ, 2009ରୁ 2014 ମସିହା ମଧ୍ୟରେ ଓଡିଶା ରେଳ ପ୍ରକଳ୍ପ ପାଇଁ ହାରାହାରି 838 କୋଟି ଟଙ୍କା ଆସିଥିବାବେଳେ 2021-22 5528 କୋଟି ମିଳିଛି । ଯାହାକି 560 ପ୍ରତିଶତ ଅଧିକ ବୋଲି ଟ୍ବିଟ କରି କହିଛନ୍ତି ରେଳମନ୍ତ୍ରୀ ପୀୟୁଷ ଗୋଏଲ । ତେବେ ନୂଆରେଳପଥ, ଗେଜ୍‌ ପରିବର୍ତ୍ତନ ଓ ଦୋହରିକରଣ ଭଳି 39ଟି ପ୍ରକଳ୍ପ ପାଇଁ ସରକାର 61,949 କୋଟି ଖର୍ଚ୍ଚ କରିବେ । ଏଥିରେ 4877 କିଲୋମିଟର ରେଳପଥ ବିଛାଯିବ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Feb 4, 2021, 4:18 PM IST

ABOUT THE AUTHOR

...view details