ଓଡିଶା

odisha

ETV Bharat / city

ନିଲମ୍ବନ ପରେ ନିରଞ୍ଜନଙ୍କୁ ଇତିଶଙ୍କ ଟାର୍ଗେଟ - ଇତିଶ ପ୍ରଧାନ

ଛାତ୍ର କଂଗ୍ରେସ ଆବାହକ ପଦରୁ ନିଲମ୍ବିତ ହେବା ପରେ ମୁହଁ ଖୋଲିଲେ ଇତିଶ ପ୍ରଧାନ। ନିଲମ୍ବନକୁ ଗ୍ରହଣ କରୁନାହିଁ ବୋଲି କହିବା ସହ ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ତାଙ୍କର ନାହିଁ ବୋଲି କହିଛନ୍ତି ସେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 16, 2019, 2:50 PM IST

ଭୁବନେଶ୍ବର: ଛାତ୍ର କଂଗ୍ରେସ ଆବାହକ ପଦରୁ ନିଲମ୍ବନ ପରେ ମୁହଁ ଖୋଲିଲେ ଇତିଶ ପ୍ରଧାନ । ନିଲମ୍ବନକୁ ଗ୍ରହଣ କରୁନାହିଁ ବୋଲି କହିବା ସହ ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ତାଙ୍କର ନାହିଁ ବୋଲି କହିଛନ୍ତି ସେ।

ମୋତେ ଛାତ୍ର କଂଗ୍ରେସରୁ ବହିଷ୍କାର କରାଯାଇଛି, କଂଗ୍ରେସରୁ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି । ଏହାସହ ନିରଞ୍ଜନ ପଟ୍ଟନାୟକ ଯୁଆଡେ ଯିବେ ଅଣ୍ଡା ମାଡ ହେବ ଓ ଏଆଇସିସି ଅଫିସ୍‌ ସମ୍ମୁଖରେ ଅନଶନ କରାଯିବ ବୋଲି ନିଲମ୍ବିତ ହେବା ପରେ କଂଗ୍ରେସ ଭବନକୁ ଆସି ଏହା କହିଛନ୍ତି ଇତିଶ ପ୍ରଧାନ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେପଟେ ଇତିଶଙ୍କ ଉପରେ ପ୍ରତିକ୍ରିୟା ରଖି ଗାଲୁଆଙ୍କର ବାରବାଟି ଚାଷ ବୋଲି କହିଛନ୍ତି ପୂର୍ବତନ ପିସିସି ମୁଖପାତ୍ର ପଦ୍ମଙ୍କର ଗୁରୁ । ଏଥିସହ ଅଣ୍ଡାମାଡର ଜବାବ କଂଗ୍ରେସ କର୍ମୀ ଦେବେ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details