ଓଡିଶା

odisha

ETV Bharat / city

ପ୍ରବାସୀ ଓଡିଆଙ୍କ ଆଗମନ ପ୍ରସଙ୍ଗ; ମୁହଁ ଖୋଲିଲେ ବିଜୟ ମହାପାତ୍ର - ବିଜେପି ନେତା ବିଜୟ ମହାପାତ୍ର

ପ୍ରବାସୀ ଓଡିଆଙ୍କ ଆଗମନ ପ୍ରସଙ୍ଗରେ ମୁହଁ ଖୋଲିଲେ ବିଜେପି ନେତା ବିଜୟ ମହାପାତ୍ର । ଆଗକୁ ସମସ୍ୟା ଅଧିକ ଭୟଙ୍କର ହେବ ବୋଲି କହିବା ସହ ଜୀବନ-ଜୀବିକାକୁ ନେଇ ସ୍ଥିତି ଗମ୍ଭୀର ହେବ ବୋଲି ସେ କହିଛନ୍ତି ।

bijaya mohaptra
ପ୍ରବାସୀ ଓଡିଆଙ୍କ ଆଗମନ ପ୍ରସଙ୍ଗ; ମୁହଁ ଖୋଲିଲେ ବିଜୟ ମହାପାତ୍ର

By

Published : Apr 30, 2020, 2:28 PM IST

ଭୁବନେଶ୍ବର: ପ୍ରବାସୀ ଓଡିଆଙ୍କ ଆଗମନ ପ୍ରସଙ୍ଗରେ ମୁହଁ ଖୋଲିଲେ ବିଜେପି ନେତା ବିଜୟ ମହାପାତ୍ର । ଆଗକୁ ସମସ୍ୟା ଅଧିକ ଭୟଙ୍କର ହେବ ବୋଲି କହିବା ସହ ଜୀବନ-ଜୀବିକାକୁ ନେଇ ସ୍ଥିତି ଗମ୍ଭୀର ହେବ ବୋଲି ସେ କହିଛନ୍ତି ।

ପ୍ରବାସୀ ଓଡିଆଙ୍କ ଆଗମନ ପ୍ରସଙ୍ଗ; ମୁହଁ ଖୋଲିଲେ ବିଜୟ ମହାପାତ୍ର

ସେହିପରି 7 ରୁ 8 ଲକ୍ଷ ଲୋକ ଆସିଲେ ପୃଥକବାସରେ କେଉଁଠି ରହିବେ ବୋଲି ସେ ଚିନ୍ତା ପ୍ରକଟ କରିଛନ୍ତି । ସେପଟେ ଗ୍ରାମାଞ୍ଚଳରେ ଥିବା ସବୁ ସରକାରୀ ଘର ଓ କଲେଜରେ ବି କ୍ବାରେଣ୍ଟାଇନ ବ୍ୟବସ୍ଥା କରାଯାଉ। ଆସିବା ପରେ ସେମାନଙ୍କ ଜୀବିକା ପାଇଁ ଯୋଜନା ହେଉ ବୋଲି ମଧ୍ୟ ପରାମର୍ଶ ଦେଇଛନ୍ତି ।

ତେବେ ସରକାର ମନରେଗାରେ 2018-19 ରେ ମାତ୍ର1 ଲକ୍ଷ 61 ହଜାର ଓ 19-20 ରେ 47 ହଜାର ଲୋକଙ୍କୁ 100 ଦିନର କାମ ଦେଇଥିଲେ। ଏବେ ଫେରୁଥିବା 7 ଲକ୍ଷରୁ ଅଧିକ ଶ୍ରମିକଙ୍କୁ କାମ ଦେବେ କେମିତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ସରକାର ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରନ୍ତୁ। ଯେଉଁ ରାଜ୍ୟରେ ଶ୍ରମିକ ଫସି ରହିଛନ୍ତି ସେ ରାଜ୍ୟ ସରକାର ସହ କଥା ହୋଇ ଲକଡାଉନ ଖୋଲିବା ପରେ ବନ୍ଦ କାରଖାନାକୁ ତୁରନ୍ତ କାର୍ଯ୍ୟକ୍ଷମ ସହ ଶ୍ରମିକଙ୍କୁ ସେଇଠି କାମ ଦେବାର ବ୍ୟବସ୍ଥା ହେଉ ବୋଲି ସେ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ଅର୍ଥନୀତି ଚଳ ଚଞ୍ଚଳ ନ ହେଲେ ସ୍ଥିତି ଭୟଙ୍କର ହେବ। 30 ରୁ 40 ପ୍ରତିଶତ ଅର୍ଥନୈତିକ କାମ ଆରମ୍ଭ ହେଉ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details