ଓଡିଶା

odisha

ETV Bharat / city

ରଥଯାତ୍ରା ବନ୍ଦ ପଛରେ ସରକାରଙ୍କ ହାତ - ରଥଯାତ୍ରା ବନ୍ଦ ପଛରେ ସରକାରଙ୍କ ହାତ

ସୁପ୍ରିମକୋର୍ଟ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ଯାହା କୋଟି କୋଟି ଓଡ଼ିଆଙ୍କୁ ଗଭୀର ଭାବେ ଆଘାତ ଦେଇଛି। ଏଥିପାଇଁ ନବୀନ ସରକାରଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ଯୁକ୍ତି କରିଛନ୍ତି ଜଗନ୍ନାଥ ପ୍ରେମୀ ।ଅଧିକ ପଢନ୍ତୁ...

ratha-yatra-stop-by-state-govt-says-jagannath-devotee
ରଥଯାତ୍ରା ବନ୍ଦ ପଛରେ ସରକାରଙ୍କ ହାତ

By

Published : Jun 20, 2020, 3:42 AM IST

ଭୁବନେଶ୍ୱର: ରଥଯାତ୍ରା ବନ୍ଦ ପଛରେ ସରକାରଙ୍କ ହାତ। ସୁପ୍ରିମକୋର୍ଟ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ଯାହା କୋଟି କୋଟି ଓଡ଼ିଆଙ୍କୁ ଗଭୀର ଭାବେ ଆଘାତ ଦେଇଛି। ଏଥିପାଇଁ ନବୀନ ସରକାରଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ଯୁକ୍ତି କରିଛନ୍ତି ଜଗନ୍ନାଥ ପ୍ରେମୀ ।

ରଥଯାତ୍ରା ବନ୍ଦ ପଛରେ ସରକାରଙ୍କ ହାତ

ଶୁକ୍ରବାର ପୁରୀ ରଥଯାତ୍ରା ବନ୍ଦକୁ ବିରୋଧ କରି ରାଜଧାନୀରେ ପ୍ରତିବାଦ କରିଛନ୍ତି ଜଗନ୍ନାଥ ପ୍ରେମୀ।ଏହା ସହ ସରକାର ତାଙ୍କ ବିରୁଦ୍ଧରେ ଉଠୁଥିବା ଦୁର୍ନୀତି ଖବରକୁ ହଟାଇବା ପାଇଁ ଏଭଳି ଓଡ଼ିଆର ଆରାଧ୍ୟ ଦେବତାଙ୍କୁ ନେଇ ଖେଳ ଖେଳିଛନ୍ତି ବୋଲି କହିଛନ୍ତି।ଏଥିରେ ସୁପ୍ରିମକୋର୍ଟଙ୍କ କୌଣସି ପ୍ରକାର ତୃଟି ନାହିଁ ବରଂ ସରକାର ଏହା କରିବାକୁ ଦୁର୍ନୀତି ମାଧ୍ୟମରେ ଅର୍ଜିତ ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗ କରିଛନ୍ତି।ଯେଉଁ ଅନୁଷ୍ଠାନ ଏହି ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି ସେ ଜଣେ ନାମୀ ଦାମୀ ଓକିଲଙ୍କୁ କିପରି ଲକ୍ଷାଧିକ ଟଙ୍କାର ଫିସ ଦେଲେ । ଯାହାକି ଏହି ସନ୍ଦେହକୁ ଆହୁରି ଦୃଢ଼ କରୁଥିବା କହିଛନ୍ତି ପ୍ରତିବାଦକାରୀ ଅଶୋକ ସାହୁ ଓ ଦେବ ପ୍ରସାଦ ପରିଜା କହିଛନ୍ତି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ABOUT THE AUTHOR

...view details