ପୁରୀ ରଥଯାତ୍ରା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ । ଏଥର ଶ୍ରୀକ୍ଷେତ୍ରରେ ଗଡିବ ମହାପ୍ରଭୁଙ୍କ ରଥ । ବିନା ଭକ୍ତରେ କେବଳ ପୁରୀରେ ହିଁ ରଥଯାତ୍ରାକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ, ପୁରୀ ରଥଯାତ୍ରାକୁ ମିଳିଲା ଅନୁମତି
16:08 June 22
ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ, ପୁରୀ ରଥଯାତ୍ରାକୁ ମିଳିଲା ଅନୁମତି
15:59 June 22
କେବଳ ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଇଚ୍ଛା ପ୍ରକାଶ
କେବଳ ପୁରୀରେ ରଥଯାତ୍ରା ହେବା ନେଇ ସୁପ୍ରିମକୋର୍ଟଙ୍କ ଆଗ୍ରହ ପ୍ରକାଶ । ଅନ୍ୟ ସବୁ ସ୍ଥାନରେ ବନ୍ଦ ରହିପାରେ ରଥଯାତ୍ରା । ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା ।
14:25 June 22
ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି ଆରମ୍ଭ
ସୁପ୍ରିମକୋର୍ଟରେ ଆରମ୍ଭ ହୋଇସାରିଛି ରଥଯାତ୍ରା ମାମଲାର ଶୁଣାଣି । ମୁଖ୍ୟ ବିଚାରପତି ଏସ.ଏ ବୋବଡେଙ୍କ ନେତୃତ୍ବରେ 3 ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ଖଣ୍ଡପୀଠରେ ଜଷ୍ଟିସ ବୋପନ୍ନା ଓ ଜଷ୍ଟିସ ମାହେଶ୍ବରୀ ସାମିଲ ରହିଛନ୍ତି ।
13:19 June 22
ରଥଯାତ୍ରା ନେଇ 2.30ରୁ ଆରମ୍ଭ ହେବ ଶୁଣାଣି
ରଥଯାତ୍ରା ନେଇ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ 2.30ରୁ ଶୁଣାଣି କରିବେ । ପ୍ରଥମେ ସିଜେଆଇ 2ଟାରେ କରିବା ପାଇଁ ସମୟ ଧାର୍ଯ୍ୟ କରିଥିବାବେଳେ ବରିଷ୍ଠ ଆଇନଜୀବୀ ହରିଶ ସାଲଭେଙ୍କ ଅନୁରୋଧ କ୍ରମେ ଏହାର ଶୁଣାଣି 2.30 କରିବାକୁ ନିଷ୍ପତ୍ତି ହୋଇଛି ।
12:37 June 22
3 ଜଣିଆ ଖଣ୍ଡପୀଠରେ ଚାଲିଛି ଶୁଣାଣି
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଚାଲିଛି ରଥଯାତ୍ରା ମାମଲାର ଶୁଣାଣି । ତିନି ଜଣିଆ ଖଣ୍ଡପୀଠରେ ପ୍ରଧାନ ବିଚାରପତିଙ୍କ ସମତେ ଜଷ୍ଟିସ ଏଏସ ବୋପାନ୍ନା ଓ ଜଷ୍ଟିସ ଦିନେଶ ମାହେଶ୍ବରୀ ରହିଛନ୍ତି ।
12:20 June 22
ନାଗପୁରରୁ ଯୋଗଦେଲେ ପ୍ରଧାନ ବିଚାରପତି
ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ 3 ଜଣିଆ ଖଣ୍ଡପୀଠରେ ଚାଲିଛି ରଥଯାତ୍ରା ମାମଲାର ଶୁଣାଣି । ଭର୍ଚୁଆଲ ଶୁଣାଣିରେ ନାଗପୁରରୁ ଯୋଗ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ ଏ ବୋବଡେ ।
12:04 June 22
3 ଜଣିଆ ଖଣ୍ଡପୀଠକୁ ଗଲା ମାମଲା
ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠକୁ ଗଲା ରଥଯାତ୍ରାର ମାମଲା । ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ 3 ଜଣିଆ ଖଣ୍ଡପୀଠ କରିବ ଶୁଣାଣି । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅରୁଣ ମିଶ୍ରଙ୍କ ସୂଚନା ।
11:50 June 22
କେନ୍ଦ୍ର ପକ୍ଷରୁ ପକ୍ଷ ରଖିଲେ ସଲିସେଟର ଜେନେରାଲ ତୁଷାର ମେହେଟ୍ଟା
ରଥଯାତ୍ରାକୁ ନେଇ କେନ୍ଦ୍ର ପକ୍ଷରୁ ପକ୍ଷ ରଖିଲେ ସଲିସେଟର ଜେନେରାଲ ତୁଷାର ମେହେଟ୍ଟା । ରଥଯାତ୍ରା ସିଧାପ୍ରସାରଣ ହୋଇପାରିବ । ଯଦି ପ୍ରଭୁ ଜଗନ୍ନାଥ ଆସନ୍ତାକାଲି ରଥଯାତ୍ରାକୁ ନ ଆସିବେ ତେବେ ପରମ୍ପରା ଅନୁସାରେ 12 ବର୍ଷ ପର୍ଯ୍ୟନ୍ତ ରଥଯାତ୍ରା ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି କୋର୍ଟରେ ଦର୍ଶାଇଲେ ସଲିସେଟର ଜେନେରାଲ ତୁଷାର ମେହେଟ୍ଟା । ସେହିପରି କୋରୋନାକୁ ରୋକିବା ଲାଗି ସେଠାରେ ଗୋଟିଏ ଦିନ ପାଇଁ ରାଜ୍ୟ ସରକାର କର୍ଫ୍ୟୁ ଲଗାଇପାରିବେ ବୋଲି କହିଲେ ସଲିସେଟର ଜେନେରାଲ ।
11:35 June 22
ରଥଯାତ୍ରାକୁ କେନ୍ଦ୍ର ଓ ରାଜ୍ୟର ସମର୍ଥନ
ବିନା ଭକ୍ତରେ ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟରେ କେନ୍ଦ୍ରର ସମର୍ଥନ । ରାଜ୍ୟ ମଧ୍ୟ ଜଣାଇଲା ସମର୍ଥନ । ବିନା ଜନସମାଗମରେ କମ ଗହଳିରେ ରଥଯାତ୍ରା କରାଯାଇପାରିବ ବୋଲି ରାଜ୍ୟ ସରକାର ଦାଖଲ କଲେ ସତ୍ୟପାଠ ।
11:29 June 22
ଜଷ୍ଟିସ୍ ଏସ୍. ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ଶୁଣାଣି ଆରମ୍ଭ
ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି ଆରମ୍ଭ ହୋଇଛି । ଜଷ୍ଟିସ୍ ଏସ୍. ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ମୂଳ ପିଟିସନ ସହ ମୋଡିଫିକେସନ ପିଟିସନର ଏକତ୍ର ଶୁଣାଣି ନେଇ ହେଉଛି ଶୁଣାଣି । ଜଣିକିଆ ଖଣ୍ଡପୀଠ ସନ୍ତୁଷ୍ଟ ହେଲେ 3 ଜଣିଆ ଖଣ୍ଡପୀଠକୁ ଯିବ ଆବେଦନ ।
11:23 June 22
ପକ୍ଷଭୁକ୍ତ ହେଲେ ରାଜ୍ୟ ସରକାର
ସୁପ୍ରିମକୋର୍ଟରେ ପୁରୀ ରଥଯାତ୍ରା ପ୍ରସଙ୍ଗ । ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ । ଗଜପତିଙ୍କ ଅନୁରୋଧକ୍ରମେ ରାଜ୍ୟ ସରକାର ରଥଯାତ୍ରା କରିପାରିବେ ବୋଲି କଲେ ସତ୍ୟପାଠ ଦାଖଲ । ବିନା ଜନସମାଗମରେ କମ ଗହଳିରେ ରଥଯାତ୍ରା କରାଯାଇପାରିବ ବୋଲି ଦର୍ଶାଇଲେ ରାଜ୍ୟ ସରକାର ।